ହଜାରିବାଗର ବୁଥ୍‌ ନଂ-୪୫୦ରେ ଭୋଟ୍‌ ଦେଲେ ୧୦୫ ବର୍ଷୀୟ ବୃଦ୍ଧା , ସେହି ବୁଥରେ ମତଦାନ କଲେ କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିହ୍ନା

Advertisment
ହଜାରିବାଗର ବୁଥ୍‌ ନଂ-୪୫୦ରେ ଭୋଟ୍‌ ଦେଲେ ୧୦୫ ବର୍ଷୀୟ ବୃଦ୍ଧା  , ସେହି ବୁଥରେ ମତଦାନ କଲେ କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିହ୍ନା

photo- hindustan times

ନୂଆଦିଲ୍ଲୀ: ଝାଡଖଣ୍ଡର ଜଣେ ୧୦୫ ବର୍ଷୀୟ ବୃଦ୍ଧା ଆଜି ସକାଳେ ଭୋଟ୍‌ ଦେଇଛନ୍ତି।  ଏହି ମହିଳାଜଣଙ୍କୁ ତାଙ୍କ ପୁଅ କାନ୍ଧରେ ବୋହି ନେଇଥିଲେ। ସେ ବୁଥ୍‌ ନଂ-୪୫୦ ରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ସେ ହଜାରିବାଗ ଲୋକସଭା ନିର୍ବାଚନ ମଣ୍ଡଳୀର ଏହି ବୁଥରେ ଭୋଟ୍‌ ଦେଇ ଚର୍ଚ୍ଚାର ବିଷୟ ହୋଇଛି।

ଏଠାରେ ସୂଚନାଯୋଗ୍ୟ ଯେ ହଜାରିବାଗ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିହ୍ନା। କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିହ୍ନା ମଧ୍ୟ ନିଜର ପୁଅଙ୍କ ସହ ଏହି ବୁଥ୍‌ରେ ଭୋଟ୍‌ ଦେଇଛନ୍ତି। ସେ ଏଠାରୁ ଦ୍ୱିତୀୟ ଥର ଲାଗି ନିର୍ବାଚନ ଲଢ଼ୁଛନ୍ତି। ଏହି ଆସନରୁ ଆଗରୁ ତାଙ୍କ ପିତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜସବନ୍ତ ସିହ୍ନା ନିର୍ବାଚିତ ହୋଇଥିଲେ। ହଜାରିବାଗ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଏଥର କଂଗ୍ରେସରୁ ଗୋପାଳ ସାହୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।ଏଠାରେ ଏଥର କଡ଼ା ମୁକାବିଲା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe