ଏଲଏସିରେ ୧୦୮ କିଲୋଗ୍ରାମ ସୁନା ଜବତ: ଆଇଟିବିପି ଇତିହାସରେ ସବୁଠାରୁ ବଡ଼ ମାମଲା

Advertisment
ଏଲଏସିରେ ୧୦୮ କିଲୋଗ୍ରାମ ସୁନା ଜବତ: ଆଇଟିବିପି ଇତିହାସରେ ସବୁଠାରୁ ବଡ଼ ମାମଲା

ଲଦାଖ: ଇଣ୍ଡୋ-ତିବ୍ଦତିତୀୟ ସୀମା ପୋଲିସ (ଆଇଟିବିପି) ମଙ୍ଗଳବାର ପୂର୍ବ ଲଦାଖର ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ନିକଟନିଠାରୁ ୧୦୮ କିଲୋଗ୍ରାମ ସୁନା ବିସ୍କୁଟ ଜବତ କରିଛନ୍ତି। ଏହାର ମୂଲ୍ୟ ୮୪କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ସୁନା ସହିତ ଦୁଇ ଚୋରା ଚାଲାଣକାରୀଙ୍କଠାରୁ କିଛି ଚାଇନାର ଖାଦ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଗିରଫ ଚୋରା ଚାଲାଣକାରୀଙ୍କ ନାମ ତେନଜିନ ତାର୍ଗି (୪୦) ଏବଂ ତ୍ସେରିଙ୍ଗ ଚାମ୍ବା (୬୯) ବୋଲି ଜଣାପଡିଛି। ଉଭୟ ନିଓମାା ବାସିନ୍ଦା।

ଆଇଟିବିପି ମୁଖପାତ୍ର କହିଛନ୍ତି ଯେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ସମୟରେ ଏହାର ପାଟ୍ରୋଲିଂ ଦଳ ସୀମାଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା ଶ୍ରୀରାପାଲ ଅଞ୍ଚଳରେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବାକୁ ପାଇଥିଲେ।

ଖଚର ଉପରେ ବସି ଯାଉଥିବା ଦୁଇ ସନ୍ଦିଗ୍ଧଙ୍କୁ ଅଟକିବାକୁ କୁହାଯାଇଥିଲା, କିନ୍ତୁ ସେମାନେ ସୀମା ଆଡ଼କୁ ଦୌଡ଼ିବାକୁ ଲାଗିଲେ। ଆଇଟିବିପି ପାଟ୍ରୋଲିଂ ଦଳ ସେମାନଙ୍କୁ ଧରି ସେମାନଙ୍କ ତଲାସୀ କରିଥିଲେ। ସେମାନଙ୍କଠାରୁ ୮୪ ଟି କୋଟି ଟଙ୍କା ମୂଲ୍ୟର ୨ କିଲୋଗ୍ରାମ ସୁନ ବିସ୍କୁଟ ଜବତ କରାଯାଇଥିଲା।

ପାଟ୍ରୋଲିଂ ଦଳ ଉଭୟ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ସେମାନଙ୍କ ପାଖରୁ ଦୁଇଟି ମୋବାଇଲ୍ ଫୋନ୍, ବାଇନୋକୁଲାର୍, ଟର୍ଚ୍ଚ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଆଇଟିବିପି ଇତିହାସରେ ଏହା ସବୁଠାରୁ ବଡ଼ ମାମଲା ବୋଲି କୁହାଯାଉଛି।

ଜବତ ସୁନାକୁ କଷ୍ଟମ ବିଭାଗକୁ ହସ୍ତାନ୍ତର କରାଯିବ। ପ୍ରାରମ୍ଭରେ ଚୋରା ଚାଲାଣକାରୀମାନେ ନିଜକୁ ଔଷଧୀୟ ବୃକ୍ଷର ବ୍ୟବସାୟୀ ବୋଲି କହି
ପାଟ୍ରୋଲିଂ ଦଳଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe