ଆଶ୍ରୟସ୍ଥଳରେ ୪୦ ନାବାଳିକାଙ୍କୁ ଦୁଷ୍କର୍ମ : ଜଣଙ୍କୁ ମାରି ପୋତି ଦେଇଛନ୍ତି, ୧୧ ଗିରଫ

Advertisment
ଆଶ୍ରୟସ୍ଥଳରେ ୪୦ ନାବାଳିକାଙ୍କୁ ଦୁଷ୍କର୍ମ : ଜଣଙ୍କୁ ମାରି ପୋତି ଦେଇଛନ୍ତି, ୧୧ ଗିରଫ

ପାଟନା: ବିହାରରେ ପୁଣି ଏକ ଅମାନବୀୟ କାଣ୍ଡ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ଦୁଷ୍କର୍ମ ମାମଲାରେ ଆଇନକାନୁନ ଯେତେ କଠୋର ହେଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡୁନାହିଁ।  ପୁଣି ଏକ ଜଘନ୍ୟ କାଣ୍ଡର ପର୍ଦ୍ଦାଫାସ ହୋଇଛି। ବିହାରସ୍ଥିତ ମୁଜାଫରପୁରର ସରକାରୀ ପାଣ୍ଠିରେ ଚାଲିଥିବା ଏକ ବେସରକାରୀ ଆଶ୍ରୟ ସ୍ଥଳରେ ୪୦ରୁ ଊର୍ଦ୍ଧ୍ୱ ନାବାଳିକା ଦୁଷ୍କର୍ମର ଶିକାର ହେବା ଖବର  ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଜଣେ ନାବାଳିକାଙ୍କୁ ମଧ୍ୟ ଆଶ୍ରୟ ସ୍ଥଳରେ ମାରି ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି। ସେମାନେ ଆଶ୍ରମ ଅଧିକାରୀଙ୍କ ସହ ଅନ୍ୟ ସରକାରୀ ଅଧିକାରୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ପୁଲିସ ଏବେ ଏହି ଘଟଣାରେ ସତ୍ୟାସତ୍ୟ ଜାଣିବା ପାଇଁ ଆଶ୍ରୟ ପରିସର ଖୋଳିବାରେ ଲାଗିଛି। ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଆଶ୍ରମ ପରିସର ଖୋଳା ଚାଲିଛି। ମାମଲାରେ ପୁଲିସ ଏବେ ସରକାରୀ ଅଧିକାରୀଙ୍କ ସମେତ ସମୁଦାୟ ୧୧ ଜଣଙ୍କୁ ଗିରଫ କରିଛି।
ସୂଚନାନୁଯାୟୀ, ମୁଜାଫରପୁର ସାହୁ ରୋଡ୍‌ରେ ସରକାରୀ ପାଣ୍ଠିରେ ପରିଚାଳିତ ହେଉଥିବା ଏକ ବେସରକାରୀ ଆଶ୍ରୟ ସ୍ଥଳ ‘ସେବା ସଂକଳ୍ପ ଏବମ୍‌ ବିକାଶ ସମିତି’ରେ ୪୦ ରୁ ଊର୍ଦ୍ଧ୍ୱ ନାବାଳିକା ରହୁଥିଲେ।

ତେବେ ଆଶ୍ରମ ପରିସରରେ ନାବାଳିକାମାନେ ଦୁଷ୍କର୍ମର ଶିକାର ହେଉଥିବା ଏବଂ ଜଣେ ନାବାଳିକାଙ୍କୁ ଏଠାରେ ମାରି ପୋତି ଦେଇଥିବା ନେଇ ଜଣେ ପୀଡ଼ିତା ପୁଲିସରେ ଅଭିଯୋଗ କରିଛି। ଏହାପରେ ଏହି ଘଟଣାର ଏବେ ଖୋଳତାଡ଼ ଆରମ୍ଭ ହୋଇଛି। ୪୦ରୁ ଊର୍ଦ୍ଧ୍ୱ ନାବାଳିକାଙ୍କ ମଧ୍ୟରୁ ୨୧ ଜଣଙ୍କ ଡାକ୍ତରୀ ମାଇନା ସରିଛି। ତେବେ ସେମାନଙ୍କ ମଧ୍ୟରୁ ୧୬ ଜଣ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ଅନ୍ୟମାନଙ୍କର ରିପୋର୍ଟ ଏଯାବତ୍‌ ଆସିନାହିଁ। ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠିତ ହୋଇଛି। । ଆଶ୍ରୟ ସ୍ଥଳଟି ଏବେ ବନ୍ଦ କରିଦିଆଯାଇଛି। ତେବେ ନୀତୀଶ ସରକାର ଏବେ ଏହି ଘଟଣାକୁ ନେଇ ପ୍ରବଳ ଚାପରେ ରହିଛନ୍ତି। ରାଜ୍ୟ ପ୍ରଶାସନର ବିଫଳତା ହେତୁ ରାଜ୍ୟରେ ଏମିତି ଅପରାଧ ବଢ଼ି ଚାଲିଛି ବୋଲି ଆର୍‌ଜେଡି ନେତା ତେଜଶ୍ୱୀ ଯାଦବ ଆଜି ନୀତୀଶ ସରକାରଙ୍କୁ ସମାଲୋଚନା କରିଛନ୍ତି। ତେଜଶ୍ୱୀ କହିଛନ୍ତି ଯେ ମାର୍ଚ୍ଚ ମାସଠାରୁ ମୁଜାଫରପୁର ଆଶ୍ରୟ ସ୍ଥଳରେ ୪୦ରୁ ଊର୍ଦ୍ଧ୍ୱ ନାବାଳିକା ବିଭିନ୍ନ ରାଜନେତା ଏବଂ ଅଧିକାରୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ବିହାର ସରକାରଙ୍କୁ ସତର୍କ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe