୧୧ କେନ୍ଦ୍ରମନ୍ତ୍ରୀଙ୍କ ଟ୍ବିଟ୍‌ ବିରୋଧରେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ ଦାବି

Advertisment

ସତ୍ୟ ଡରେ ନାହିଁ: ରାହୁଲ

ସତ୍ୟ ଡରେ ନାହିଁ: ରାହୁଲ

୧୧ କେନ୍ଦ୍ରମନ୍ତ୍ରୀଙ୍କ ଟ୍ବିଟ୍‌ ବିରୋଧରେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ ଦାବି

Image Courtesy of The Economic Times

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯୋଜନାବଦ୍ଧ ଭାବେ ବଦନାମ କରିବା ପାଇଁ କଂଗ୍ରେସ ଟୁଲ୍‌କିଟ୍‌ ପ୍ରସ୍ତୁତ କରି ସେହି ଆଧାରରେ କାମ କରୁଛି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ ଏହାକୁ ନେଇ ଦିନକୁ ଦିନ ରାଜନୀତି ସରଗରମ ହେବାରେ ଲାଗିଛି। ଟୁଲ୍‌କିଟ୍‌କୁ ବିଜେପି ନେତାମାନେ ଟ୍ବିଟର୍‌ରେ ସେୟାର କରିବା ପରେ ଟ୍ବିଟର୍‌ କର୍ତ୍ତୃପକ୍ଷ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଟ୍ବିଟ୍‌କୁ ‘ବିଭ୍ରାନ୍ତିକର ପୋଷ୍ଟ’ (ମାନିପୁ‌ଲେଟେଡ଼ ମିଡିଆ) ଭାବେ ଟ୍ୟାଗ୍‌ କରିଥିଲେ।

ତେବେ ଆଜି କଂଗ୍ରେସ ଦାବି କରିଛି ଯେ ମୋଟ ୧୧ ଜଣ କେନ୍ଦ୍ରମନ୍ତ୍ରୀ ଏ ବାବଦରେ ବିବାଦୀୟ ଟ୍ବିଟ୍‌ କରିଥିବାରୁ ସେହି ସମସ୍ତଙ୍କ ପୋଷ୍ଟ୍‌ରେ ‘ବିଭ୍ରାନ୍ତିକର ପୋଷ୍ଟ୍‌’ ଟ୍ୟାଗ୍‌ କରାଯାଉ । କଂଗ୍ରେସ ନେତା ରଣଦୀପ୍‌ ସୂର୍ଯେୱାଲା ଏହି ମନ୍ତ୍ରୀମାନଙ୍କ ତାଲିକା ଟ୍ବିଟର୍‌କୁ ପଠାଇବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଏ ବାବଦରେ ଟ୍ବିଟ୍‌ କରି କହିଛନ୍ତି ‘ସତ୍ୟ ଡେରେ ନାହିଁ’। ଅପପ୍ରଚାର ବିରୋଧରେ ସଂଘର୍ଷ ଜାରି ରହିବ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe