ଟ୍ୟାଙ୍କର୍ ଟ୍ରକ୍‌ରେ ଧକ୍କା ଖାଇ ବସ୍‌ରେ ନିଆଁ ଲାଗିଯିବାରୁ ୧୧ ମୃତ, ୩୮ ଆହତ

Advertisment
ଟ୍ୟାଙ୍କର୍ ଟ୍ରକ୍‌ରେ ଧକ୍କା ଖାଇ ବସ୍‌ରେ ନିଆଁ ଲାଗିଯିବାରୁ ୧୧ ମୃତ, ୩୮ ଆହତ

Image Courtesy of NDTV

ନାସିକ: ଆଜି ପ୍ରତ୍ୟୁଷରେ ମହାରାଷ୍ଟ୍ରର ନାସିକରେ ଗୋଟାଏ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଯିବାରୁ ୧୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୩୮ ବ୍ୟକ୍ତି ଆହତ ହୋଇଥିବା କଥା ପୁଲିସ କହିଛି।

ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ ଅନୁସାରେ, ଭୋର୍‌ ପ୍ରାୟ ୫ଟା ବେଳେ ନାସିକ ଅନ୍ତର୍ଗତ ଔରଙ୍ଗାବାଦ ସଡ଼କରେ ଗୋଟାଏ କଣ୍ଟେନର୍‌ ଟ୍ରକ୍‌ରେ ଧକ୍କା ଖାଇବା ପରେ ଉକ୍ତ ବିଳାସମୟ ବସ୍‌ରେ ନିଆଁ ଲାଗିଯାଇଥିଲା।

ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

publive-image Image Courtesy of NDTV

ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ଗୋଟାଏ ବିରାଟ ନିଆଁ ଗୋଲକ ବସ୍‌ଟିକୁ ଗ୍ରାସ କରିପକାଉଥିବା ବେଳେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଅଗ୍ନିଶିଖା ଲିଭାଇବାକୁ ଉଦ୍ୟମ କରୁଛନ୍ତି।

ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଡିଜେଲ୍‌ ପରିବହନ କରୁଥିବା ‌ଗୋଟାଏ ଟ୍ରେଲର୍‌ ଟ୍ରକ୍‌ ଦେହରେ ଧକ୍କା ଖାଇବା ପରେ ବସ୍‌ରେ ନିଆଁ ଲାଗିଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି କି, ପ୍ରାୟ ୫.୧୫ରେ ଦୁର୍ଘଟଣା ଘଟିଲା। ସେମାନେ ତୁରନ୍ତ ପୁଲିସ ଓ ଆମ୍ବୁଲାନ୍‌ସ୍‌କୁ ଫୋନ କଲେ।

ନାସିକ ଡେପୁଟି ପୁଲିସ କମିସନର୍‌ ଅମୋଲ୍‌ ତାମ୍ବେ କହିଛନ୍ତି, ମୃତ ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ହେଉଛନ୍ତି ସ୍ଲିପର୍‌ କୋଚ୍‌ ବସ୍‌ର ଯାତ୍ରୀ। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ଲାଗି ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାର ଲାଗି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ରାଜ୍ୟ ମନ୍ତ୍ରୀ ଦାଦା ଭୁସେ କହିଛନ୍ତି ଯେ, ଆହତମାନଙ୍କ ଚିକିତ୍ସା ନିମନ୍ତେ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe