ବାଂଲାଦେଶ ରେଲ୍‌ୱେ କ୍ରସିଙ୍ଗ୍‌ରେ ମାଇକ୍ରୋବସ୍‌କୁ ଧକ୍କା ଦେଲା ଟ୍ରେନ୍‌; ୧୧ ମୃତ, ୫ ଆହତ

Advertisment
ବାଂଲାଦେଶ ରେଲ୍‌ୱେ କ୍ରସିଙ୍ଗ୍‌ରେ ମାଇକ୍ରୋବସ୍‌କୁ ଧକ୍କା ଦେଲା ଟ୍ରେନ୍‌; ୧୧ ମୃତ, ୫ ଆହତ

Image Courtesy of India Today

ଢାକା: ଶୁକ୍ରବାର ଦିନ ବାଂଲାଦେଶର ଚଟ୍ଟଗ୍ରାମ ଜିଲ୍ଲାରେ ଥିବା ରେଲ୍‌ କ୍ରସିଙ୍ଗ୍‌ରେ ଗୋଟାଏ ଟ୍ରେନ୍‌ ଏକ ମାଇକ୍ରୋବସ୍‌ ଉପରେ ଧକ୍କା ଖାଇବାରୁ ୧୧ଜଣ ବସ୍‌ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୫ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚଟ୍ଟଗ୍ରାମ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌କୁ ପଠାଇ ଦେଇଛନ୍ତି।

ସେମାନଙ୍କ ମଧ୍ୟରୁ ମାଇକ୍ରୋବସ୍‌ରେ ଥିବା ୯ଜଣ ଯାତ୍ରୀଙ୍କ ପରିଚୟ ମିଳିଛି। ମୃତ ବ୍ୟକ୍ତିମାନେ ହେଉଛନ୍ତି ଚଟ୍ଟଗ୍ରାମ ଜିଲ୍ଲା ଅନ୍ତର୍ଗତ ଅମନ୍‌ ବଜାର ଅଞ୍ଚଳରେ ଅବସ୍ଥିତ ‘ଆର୍‌ ଆଣ୍ଡ୍‌ ଜେ ପ୍ଲସ୍’ କୋଚିଙ୍ଗ୍‌ ସେଣ୍ଟର୍‌ର ଛାତ୍ରଛାତ୍ରୀ ଓ ଶିକ୍ଷକ।

publive-image Image Courtesy of Bangladesh Sangbad Sangstha

ହାଥଜାରି ଉପଜିଲ୍ଲା ନିର୍ବାହୀ ଅଧିକାରୀ ଶାହିଦୁଲ୍‌ ଆଲମ୍‌ କହିଛନ୍ତି ଅପରାହ୍ଣ ପ୍ରାୟ ୧୨.୪୫ରେ ଉପରୋକ୍ତ ଦୁର୍ଘଟଣା ଘଟିଥିଲା।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ମିର୍‌ସରାଇ ପର୍ବତରେ ଥିବା ଖୋଇୟାଚୋରା ଜଳପ୍ରପାତ ଦେଖି ଫେରୁଥିବା ବେଳେ ଢାକା ଅଭିମୁଖେ ଯାଉଥିବା ପ୍ରଭାତୀ ଏକ୍ସପ୍ରେସ୍‌ ସେମାନଙ୍କ ମାଇକ୍ରୋବସ୍‌କୁ ଧକ୍କା ଦେଇ ଅନ୍ୟୂନ ଏକ କିଲୋମିଟର୍‌ ପର୍ଯ୍ୟନ୍ତ ଘୋଷାଡ଼ି ନେଇଯାଇଥିଲା।

ଦୁର୍ଘଟଣା ପରେ ଖୟାଛରା ରେଲ୍‌ର ଗେଟ୍‌ ମ୍ୟାନ୍‌ ସଦ୍ଦାମ୍‌ ହୁସେନ୍‌ଙ୍କୁ ରେଳବାଇ ପୁଲିସ ଗିରଫ କରିଛି। ଦୁର୍ଘଟଣାର ତଦନ୍ତ ଲାଗି ରେଳବାଇ କର୍ତ୍ତୃପକ୍ଷ ୫ଜଣିଆ ସଦସ୍ୟବିଶିଷ୍ଟ କମିଟି ମଧ୍ୟ ଗଠନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe