ମହାରାଷ୍ଟ୍ର: ଡାକ୍ତରଖାନାକୁ ଅମ୍ଲଜାନ ଯୋଗାଉଥିବା ଟ୍ୟାଙ୍କରରୁ ଗ୍ୟାସ୍ ଲିକ ହେବା ଫଳରେ ଭେଣ୍ଟିଲେଟରରେ ଥିବା ୨୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Advertisment
ମହାରାଷ୍ଟ୍ର: ଡାକ୍ତରଖାନାକୁ ଅମ୍ଲଜାନ ଯୋଗାଉଥିବା ଟ୍ୟାଙ୍କରରୁ ଗ୍ୟାସ୍ ଲିକ ହେବା ଫଳରେ ଭେଣ୍ଟିଲେଟରରେ ଥିବା ୨୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ndtv

ନାଶିକ: ବୁଧବାର ମହାରାଷ୍ଟ୍ରର ନାସିକରେ ଥିବା ଏକ ଡାକ୍ତରଖାନାକୁ ଅମ୍ଲଜାନ ଯୋଗାଉଥିବା ଏକ ଟ୍ୟାଙ୍କରରୁ ଅମ୍ଲଜାନ ଲିକ୍ ହେବା ଫଳରେ ପ୍ରାୟ ୩୦ମିନିଟ୍ ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଣ ବନ୍ଦ ରହିଥିଲା। ଏହା ଫଳରେ ଭେଣ୍ଟିଲେଟରରେ ଥିବା ୨୨କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣା ନାସିକ ସହରର ଜାକିର ହୁସେନ୍ ହସ୍ପିଟାଲରେ ଘଟିଛି। ଘଟଣା ସମୟର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଏକ ଟ୍ୟାଙ୍କରରୁ ଖୁବ ଜୋରରେ ଅମ୍ଲଜାନ ବାହାରୁଥିବା ଦେଖିବାକୁ ମିଳିଛି।

ଦୀର୍ଘ ୩୦ମିନିଟ ପର୍ଯ୍ୟନ୍ତ ଅମ୍ଲଜାନ ଯୋଗାଣ ବନ୍ଦ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ଥିବା ରୋଗୀଙ୍କର ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା ଓ ଭେଣ୍ଟିଲେଟରରେ ଥିବା ୨୨ ରୋଗୀ ମୃତ୍ୟୁବରଣ କରିଥିଲେ । ଘଟଣା ପରେ ଅମ୍ଳଜାନ ଆବଶ୍ୟକ କରୁଥିବା ୮୦ଜଣଙ୍କ ମଧ୍ୟରୁ ପ୍ରାୟ ୩୧ଜଣ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ହଠାତ ଅମ୍ଲଜାନ ଗ୍ୟାସ ଲିକ ହୋଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପିବାରୁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଆସି ଅମ୍ଲଜାନ ଗ୍ୟାସ ଲିକକୁ ରୋକିଥିଲେ। କିନ୍ତୁ ସେତେବେଳକୁ ୨୨ଜଣଙ୍କର ମୃତ୍ୟୁ ହୋଇସାରିଥିଲା।

ଆମ ପାଖରେ ଉପଲବ୍ଧ ଥିବା ସୂଚନା ଅନୁଯାୟୀ, ନାସିକ ଡାକ୍ତରଖାନାରେ ଭେଣ୍ଟିଲେଟରରେ ଥିବା ୨୨ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ରୋଗୀଙ୍କୁ ଅମ୍ଳଜାନ ଯୋଗାଉଥିବା ଅମ୍ଳଜାନ ଟ୍ୟାଙ୍କରେ ଲିକ ହୋଇଥିବା ଦେଖିବାକୁ ମିଳିଥିଲା, ଯାହା ପାଇଁ ଅମ୍ଲଜାନ ଯୋଗାଣ ବନ୍ଦ ହୋଇଥିଲା ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe