ହିମାଚଳ ପ୍ରଦେଶରେ ସଡ଼କ ଦୁର୍ଘଟଣା: ୫ ମହିଳା ଓ ୩ ଶିଶୁ ସମେତ ୧୧ ମୃତ

Advertisment
ହିମାଚଳ ପ୍ରଦେଶରେ ସଡ଼କ ଦୁର୍ଘଟଣା: ୫ ମହିଳା ଓ ୩ ଶିଶୁ ସମେତ ୧୧ ମୃତ

ସିମଲା: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ହିମାଚଳ ପ୍ରଦେଶରେ ବୁଧବାର ବିଳମ୍ବିତ ରାତି ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଓ ୩ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି। ସୋମାନେ ଏକ ୪ ଚକିଆ ଯାନରେ ମନାଲି-ଲେହ ରାଜପଥରେ ଯାଉଥିଲେ। ରୋହତଙ୍ଗ ପାସ୍‌ ନିକଟରେ ଗାଡ଼ିର ଚାଳକ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଛି ବୋଲି ପୁଲିସ କହିଛି।

କୁଲୁ ପୁଲିସ ଅଧିକ୍ଷକ ଶାଳିନୀ ଅଗ୍ନିହୋତ୍ରୀ କହିଛନ୍ତି ସୁବ୍‌(ସୁପର ୟୁଟିଲିଟିଜ ଭେକିଲସ୍‌)ଟି ମନାଲି ଠାରୁ ଚମ୍ବା ଜିଲ୍ଲାର ପାଙ୍ଗି ଅଭିମୁଖେ ଯାଉଥିଲା। ପୁଲିସ ଅଧିକାରୀ ଅଗ୍ନିହୋତ୍ରୀ କହିଛନ୍ତି ଏଚ୍‌ପି-୪୫ ୭୦୦୦ ନମ୍ବର ଯୁକ୍ତ ଗାଡ଼ି ମନାଲି ନିକଟସ୍ଥ ଗୁଲାବ ଚେକ ପୋଷ୍ଟକୁ ପ୍ରବେଶ କରିବାରୁ ଦୁର୍ଘଟଣାଗସ୍ତ ହୋଇଛି।

ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଦୁର୍ଘଟଣା ସଂପର୍କରେ ଅବଗତ ହେବା ପରେ ପୁଲିସକୁ ସୂଚନା ଦେଇଥିଲେ। ପରେ ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପହଞ୍ଚି ୧୧ ଜଣଙ୍କର ମୃତ ଦେହ ଉଦ୍ଧାର କରିଥିଲେ। ପୁଲିସ କହିଛି ଖରାପ ପାଗ ଓ ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ହୋଇଥାଇ ପାରେ ବୋଲି ପୁଲିସ କହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe