ଉତ୍ତରପ୍ରଦେଶ: ଫିରୋଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୧ ମୃତ

Advertisment
ଉତ୍ତରପ୍ରଦେଶ: ଫିରୋଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୧ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫିରୋଜପୁରରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କାର ଓ ଅଟୋ ଉପରେ ଏକ ଟ୍ରକ ପଡ଼ିଯିବାରୁ ଏହି ଘଟଣା ଘଟିଛି। ଏଥିରେ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଫିରୋଜପୁରର ସିରସାଗଞ୍ଜ ଜାତୀୟ ରାଜପଥ-୨ରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ଓଲଟି ପାର୍ଶ୍ୱରେ ଯାଉଥିବା ଏକ କାର ଓ ଅଟୋ ଉପରେ ପଡ଼ି ଯାଇଥିଲା। ଓ୍ଵାଗନରରେ ୬ ଜଣ ଲୋକ ଥିବା ବେଳେ ଅଟୋରେ ୫ଜଣ ବସିଥିଲେ। ପୁଲିସ ଅଧୀକ୍ଷକ(ଗ୍ରାମାଞ୍ଚଳ) ମହେନ୍ଦ୍ର ସିଂହ କହିଛନ୍ତି ଦୁର୍ଘଟଣାର ଶିକାର ହୋଇଥିବା ୧୧ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

ଏହି ସମୟରେ ଦୁର୍ଘଟଣା ସଂସ୍ପର୍ଶରେ ଅନ୍ୟ ୩ଜଣ ଲୋକ ମଧ୍ୟ ଆସି ଯାଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ୧୪ ବର୍ଷିଅ ପିଲା ମଧ୍ୟ ସାମିଲ ଅଛି, ଯିଏ କି କାର ଭିତରେ ବସିଥିଲା। ଦୁର୍ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା। ମୃତଦେହଗୁଡ଼ିକ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ କହିବା ଅନୁସାରେ ଟ୍ରକ ଚାଳକଙ୍କ ଭୁଲ ଯୋଗୁଁ ଦୁର୍ଘଟଣା ଘଟିଥିଲା। ସେ ନିୟନ୍ତ୍ରଣ ହରାଇ ଡିଭାଇଡରରେ ଧକ୍କା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe