ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୧ ମୃତ

ଟ୍ରାଫିକ କଟକଣା ସତ୍ତ୍ବେ ସୁନ୍ଦରଗଡ଼ ଜିଲ୍ଲାରେ ବଢୁଛି ଦୁର୍ଘଟଣା, ୨ ବର୍ଷରେ  ୭୫୩ ମୃତ

ଭୋପାଳ : ମଧ୍ୟପ୍ରଦେଶର ବେତୁଲରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସମସ୍ତ ମୃତକ ଶ୍ରମିକ ବୋଲି ଜଣାପଡ଼ିଛି। ସେମାନେ ମହାରାଷ୍ଟ୍ରରୁ ଅମରାବତୀରୁ ଏକ ଏସ୍‌ୟୁଭିରେ ବେତୁଲ ସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଝାଲ୍ଲର ଥାନା ନିକଟରେ ଏକ ବସ୍‌ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଅଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କାର୍‌ ଡ୍ରାଇଭର ଘୁମାଇ ପଡ଼ିବାରୁ ଏହି ଦୁର୍ଘଟଣା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe