ତାମିଲନାଡ଼ୁ ବାଣ କାରଖାନାରେ ଅଗ୍ନିକାଣ୍ଡ; ୧୧ମୃତ, ଅନେକ ଆହତ

Advertisment
ତାମିଲନାଡ଼ୁ ବାଣ କାରଖାନାରେ ଅଗ୍ନିକାଣ୍ଡ; ୧୧ମୃତ, ଅନେକ ଆହତ

ନୂଆଦିଲ୍ଲୀ: ତାମିଲନାଡୁର ବିରୁଦ୍ଧୁନଗରରେ ଶୁକ୍ରାବାର ଏକ ବାଣ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୦ରୁ ଊର୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏଥିରେ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘରୋଇ କାରଖାନାଟି ସାଥୁର ନିକଟସ୍ଥ ଅଚାନଗୁଲାମ ଅଞ୍ଚଳରେ ରହିଛି।

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ରୁ ଅଧିକ ଏହି ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି। ଆହତମାନଙ୍କୁ ସିଭାକାସି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବାଣ ତିଆରି କରିବା ପାଇଁ କିଛି ରାସାୟନିକ ପଦାର୍ଥ ମିଶ୍ରିତ ହେଉଥିବା ବେଳେ ଏହି ଘଟଣା ଘଟିଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ବିଭିନ୍ନ ସ୍ଥାନରୁ ଦଶଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। କେଉଁ କାରଣରୁ ନିଆଁ ଲାଗି ସେକଥା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନି। ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।

ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପରିବାରଲୋକଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସହାୟତା ପାଣ୍ଠିରୁ ୨ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରାଯାଇଛି। ସେହିପରି ଗୁରୁତର ଆହତ ହୋଇଥିବାଙ୍କୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe