ଗୌହାଟୀରେ ଗ୍ରେନେଡ ବିସ୍ଫୋରଣ: ୨ ଯବାନଙ୍କ ସମେତ ୧୧ ଆହତ

Advertisment
ଗୌହାଟୀରେ ଗ୍ରେନେଡ ବିସ୍ଫୋରଣ: ୨ ଯବାନଙ୍କ ସମେତ ୧୧ ଆହତ

ଗୌହାଟୀ : ବୁଧବାର ସନ୍ଧ୍ୟାରେ ଗୌହାଟୀର ସେଣ୍ଟ୍ରାଲ ମଲ୍‌ ଆଗରେ ଗ୍ରେନେଡ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଏସ୍‌ଏସ୍‌ବିର ୨ ଯବାନଙ୍କ ସମେତ ୧୧ ଜଣ ଆହତ ହୋଇଛନ୍ତି। ପୁଲିସ ଉକ୍ତ ଅଂଚଳକୁ ଘେରିଯାଇ ଅନୁସନ୍ଧାନ ଚଳାଇଛନ୍ତି। ଆହତମାନଙ୍କୁ ଗୌହାଟୀ ହସପିଟାଲରେ ଚିକିତ୍ସା କରାଯାଉଛିI। ଆସାମ ମୁଖ୍ୟମନ୍ତ୍ରୀ ସର୍ବନନ୍ଦ ସୋନୱାଲ ଏହି ଘଟଣାର ନିନ୍ଦା କରିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୁଲିସ ମହାନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି। ଉଲ୍‌ଫା ଏହି ଆକ୍ରମଣ ପଛରେ ଥିବା କୁହାଯାଉଥିବା ବେଳେ ଡିଜିପି କୁଳଧର ସାଇକିଆ କହିଛନ୍ତି, ଉଲଫ୍‌ାର ଦାବି ସତ୍ତ୍ବେ ଏହି ଆକ୍ରମଣ ପଛରେ କାହାର ସମ୍ପୃକ୍ତି ଅଛି ତାହା ତଦନ୍ତ ପରେ ହିଁ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe