ଭର୍ଜିନିଆ ବିଚ୍‌ ମ୍ୟୁନିସିପାଲ୍‌ କେନ୍ଦ୍ରରେ ବନ୍ଧୁକଧାରୀଙ୍କ ଗୁଳି ଚୋଟରେ ୧୧ ଜଣ ନିହତ; ୬ ଆହତ

Advertisment
ଭର୍ଜିନିଆ ବିଚ୍‌ ମ୍ୟୁନିସିପାଲ୍‌ କେନ୍ଦ୍ରରେ ବନ୍ଧୁକଧାରୀଙ୍କ ଗୁଳି ଚୋଟରେ ୧୧ ଜଣ ନିହତ; ୬ ଆହତ

Image Source: India Today

ଭର୍ଜିନିଆ ବିଚ୍‌: ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକୀୟ ସହର ଭର୍ଜିନିଆ ବିଚ୍‌ର ଏକ ମ୍ୟୁନିସିପାଲ୍‌ କେନ୍ଦ୍ରରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ଗୁଳି ଚଳାଇବାରୁ ୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ଅନ୍ୟ ଛଅ ଜଣ ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ମରିଯାଇଥିବା ସନ୍ଦିଗ୍ଧ ପବ୍ଲିକ୍‌ ୟୁଟିଲିଟି ଡିପାର୍ଟମେଣ୍ଟ୍‌ରେ ଦୀର୍ଘଦିନ ଧରି ଚାକିରି କରୁଥିଲେ ବୋଲି ଭର୍ଜିନିଆ ବିଚ୍‌ ପୁଲିସ ମୁଖ୍ୟ ଜେମ୍‌ସ୍‌ ସେଭେରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ମେୟର୍‌ ବବି ଡାୟର୍‌ କହିଛନ୍ତି: ଭର୍ଜିନିଆ ବିଚ୍‌ ଇତିହାସରେ ଏଇଟା ହେଉଛି ସବୁଠୁ ବଳି ଦୁଃଖର ଦିନ। ପୀଡ଼ିତମାନେ ହେଉଛନ୍ତି ଆମର ବନ୍ଧୁ, ସହକର୍ମୀ, ପଡ଼ୋଶୀ।

ଅପରାହ୍ଣ ୪ଟା ପରେ ପରେ ମ୍ୟୁନିସିପାଲିଟି କେନ୍ଦ୍ରର ୨ ନମ୍ବର ବିଲ୍‌ଡିଙ୍ଗ୍‌ରେ ଏହି ନରସଂହାରୀ ଗୁଳିକାଣ୍ଡ ସଙ୍ଗଠିତ ହୋଇଥିଲା।

ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଭର୍ଜିନିଆ ବିଚ୍‌ ଜେନେରାଲ୍‌ ହସ୍‌ପିଟାଲ୍‌କୁ ନିଆଯାଇଛି। ଆହତମାନଙ୍କ ମଧ୍ୟରେ ଅଛନ୍ତି ଜଣେ ପୁଲିସ ଅଧିକାରୀ, ଯିଏ ପରିଧାନ କରିଥିବା ଭେଷ୍ଟ୍‍ ଯୋଗୁଁ ରକ୍ଷା ପାଇଯାଇଛନ୍ତି।

ସନ୍ଦିଗ୍ଧ ପୁଲିସ ଉପରକୁ ଗୁଳି ଚଳାଇବାରୁ ପୁଲିସ ପାଲଟା ଗୁଳି ଚଳାଇଲା ଓ ଘଟଣାସ୍ଥଳରେ ସନ୍ଦିଗ୍ଧର ମୃତ୍ୟୁ ଘଟିଲା।
ଘଟଣା ସଂକ୍ରାନ୍ତରେ ତଦନ୍ତ କରିବାକୁ ସ୍ଥାନୀୟ ଅଧିକାରୀଙ୍କୁ ଘଟଣାସ୍ଥଳରେ ସହଯୋଗ କରୁଛନ୍ତି ଏଫ୍‌ବିଆଇ କର୍ମଚାରୀମାନେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe