ଆମେରିକାରେ ସପ୍ତାହକରେ ୧.୧ ଲକ୍ଷ ଶିଶୁ କରୋନା ସଂକ୍ରମିତ

Advertisment
ଆମେରିକାରେ ସପ୍ତାହକରେ ୧.୧ ଲକ୍ଷ ଶିଶୁ କରୋନା ସଂକ୍ରମିତ

Nature

ଓ୍ୱାସିଂଟନ : ଆମେରିକାରେ ସପ୍ତାହକରେ ୧.୧ ଲକ୍ଷରୁ ଅଧିକ ଶିଶୁ କରୋନାରେ ସଂକ୍ରମିତ ହୋଇଛନ୍ତି। ‘ଆମେରିକାନ୍ ଏକାଡେମି ଅଫ୍ ପେଡିଆଟ୍ରିକ୍ସ୍’ (ଏଏପି) ଏବଂ ‘ଚାଇଲ୍‌ଡ ହସ୍ପିଟାଲ୍ ଆସୋସିଏସନ୍‌’ ଦ୍ବାରା ପ୍ରସ୍ତୁତ ଏକ ରିପୋର୍ଟରେ ଏହା ଦର୍ଶାଯାଇଛି। ଗତ ୪ ସପ୍ତାହ ଅପେକ୍ଷା ଗତ ସପ୍ତାହରେ ସଂକ୍ରମଣ ସଂଖ୍ୟା ଦୁଇ ଗୁଣା ହୋଇଥିବା ପ୍ରକାଶ ପାଇଛି। ଦେଶରେ ମହାମାରୀ ଆରମ୍ଭ ହେବା ପରଠାରୁ ୧୩.୪ ନିୟୁତ ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ପ୍ରାୟ ୫.୫ ନିୟୁତ ଶିଶୁ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା କୁହାଯାଇଛି। ଗତ ୪ ସପ୍ତାହ ମଧ୍ୟରେ ପ୍ରାୟ ୩ ଲକ୍ଷ ୭୬ ହଜାର ଶିଶୁ ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe