ମନ୍ଦିରରୁ ଫେରିବା ବାଟରେ ମାଡ଼ିବସିଲା ମୃତ୍ୟୁ: ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୧ ମୃତ, ଏକାଧିକ ଆହତ

11 dead

ଜୟପୁର: ଭୋରୁ ଭୋରୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୧୧ ଜଣ ଶ୍ରଦ୍ଧାଳୁଙ୍କ ଜୀବନ । ମନ୍ଦିରରୁ ଦର୍ଶନ ସାରି ଫେରିବା ବେଳେ ରାସ୍ତାରେ ମାଡି ବସିଲା ମୃତ୍ୟୁ । ରାଜସ୍ଥାନ ଦୌସାରୁ ଆସିଲା ଛାତିଥରା ଖବର । 

ତେବେ ଭୋର ସାଢେ ୩ଟାରେ ପିକଅପ୍ ଭ୍ୟାନ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ ରାସ୍ତାରେ ଛିୁଡା ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ୧୧ ଜଣଙ୍କ ଜୀବନ ଚାଲିଯାଇଛି ।

ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଏବଂ ମହିଳା ରହିଛନ୍ତି । ୯ ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସମସ୍ତେ ଖାତୁଶ୍ୟାମଜୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ । ସମସ୍ତ ଶ୍ରଦ୍ଧାଳୁ ୟୁପି ଇଟହ୍ଵାର ବୋଲି ପ୍ରାଥମିକ ସ୍ତରରେ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe