ଅତୀକ୍ ଅହମ୍ମଦର ଅଫିସରୁ ମିଳିଲା ୧୧ଟି ପିସ୍ତଲ, ଜୀବନ୍ତ ଗୁଳି ଓ ନଗଦ ଟଙ୍କା

Advertisment
ଅତୀକ୍ ଅହମ୍ମଦର ଅଫିସରୁ ମିଳିଲା ୧୧ଟି ପିସ୍ତଲ, ଜୀବନ୍ତ ଗୁଳି ଓ ନଗଦ ଟଙ୍କା

ପ୍ରୟାଗରାଜ: ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ମାଫିଆ ତଥା ପୂର୍ବତନ ସାଂସଦ ଅତୀକ ଅହମ୍ମଦର ସମସ୍ୟା ବଢ଼ିବାରେ ଲାଗିଛି ।  ପ୍ରୟାଗରାଜର ଚକିଆସ୍ଥିତ ତା କାର୍ଯ୍ୟାଳୟରୁ ଲକ୍ଷାଧିକ ଟଙ୍କାର ନଗଦ ଟଙ୍କା ଓ ୧୧ଟି ପିସ୍ତଲ ପୁଲିସ ଜବତ କରିଛି। ପୁଲିସ ଜୀବନ୍ତ ଗୁଳି ଓ ମାଗାଜିନ୍ ମଧ୍ୟ ଜବତ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ଅତିକ୍ ଅହମ୍ମଦର ଚକିଆ କାର୍ଯ୍ୟାଳୟର ସମ୍ମୁଖ ଭାଗକୁ ବହୁ ପୂର୍ବରୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଥିଲା ଏବଂ ଆଜି ବ୍ୟାପକ ପୁଲିସ ଫୋର୍ସ ଉପସ୍ଥିତିରେ ସେହି ଅଫିସ ଉପରେ ଚଢ଼ଉ କରାଯାଇଥିଲା ଯେଉଁଠାରୁ ଲକ୍ଷାଧିକ ଟଙ୍କା ଏବଂ ପ୍ରାୟ ଏକ ଡଜନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା।

ଉମେଶ ପାଲ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅତୀକ ଅହମ୍ମଦ ଏବେ ଗୁଜୁରାଟର ଏକ ଜେଲରେ ଥିବା ବେଳେ ତା ପତ୍ନୀ ଶାଇସ୍ତା ପରବୀନ ଓ ତାଙ୍କ ଦୁଇ ପୁଅ ଫେରାର ଅଛନ୍ତି। ନିକଟରେ ବରେଲି ଜିଲ୍ଲାର ବିଥାରୀ ଚେନ୍ପୁର ଥାନା ପୁଲିସ ଜିଲ୍ଲା ଜେଲରେ ଥିବା ଅତୀକ୍ ଅହମ୍ମଦର ଭାଇ ତଥା ପୂର୍ବତନ ବିଧାୟକ ଅଶରଫଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାନସଭାରେ ଘୋଷଣା କରିଥିଲେ ଯେ ମାଫିଆମାନଙ୍କୁ ମାଟିରେ ମିଶାଯିବ। ଏହାପରେ ପୁଲିସ ଓ ପ୍ରଶାସନ ଆକ୍ସନରେ ଥିବା ଦେଖିବାକୁ ମିଳୁଛି। ପ୍ରଥମେ ଅତୀକ ଅହମ୍ମଦ ପୁଅର ଡ୍ରାଇଭର ଅରବାଜ ଏନକାଉଣ୍ଟରରେ ନିହତ ହୋଇଥିଲା । ଏହାପରେ ଗତ ବୁଧବାର ଆତିକ ଅହମ୍ମଦଙ୍କ ଘନିଷ୍ଠ ସହଯୋଗୀ ଜାଫର ଅହମ୍ମଦଙ୍କ ଘର କୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe