ସନ୍ଦିଗ୍ଧ ଚିଠି ଖୋଲାଯିବା ପରେ ଆମେରିକୀୟ ସାମରିକ ଆଡ୍ଡାର ୧୧ ଜଣ ଅସୁସ୍ଥ

Advertisment
ସନ୍ଦିଗ୍ଧ ଚିଠି ଖୋଲାଯିବା ପରେ ଆମେରିକୀୟ ସାମରିକ ଆଡ୍ଡାର ୧୧ ଜଣ ଅସୁସ୍ଥ

Image Courtesy of CNN

ଓ୍ଵାସିଂଟନ୍‌: ଓ୍ଵାସିଂଟନ୍‌ ନିକଟରେ ଥିବା ଆମେରିକୀୟ ସାମରିକ ଆଡ୍ଡାରେ ସନ୍ଦିଗ୍ଧ ଚିଠି ଥିବା ଏକ ଲଫାପା ଖୋଲାଯିବା ପରେ ୯ ଜଣ ନୌସୈନିକଙ୍କ ସହ ୧୧ ଜଣ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି।

ମଙ୍ଗଳବାର ଦିନ ମିଳି ଥିବା ଲଫାଟିକୁ ଆର୍ଲିଙ୍ଗ୍‌ଟନ୍‌ ଭର୍ଜିନିଆ ଠାରେ ଥିବା ଜଏଣ୍ଟ୍‌ ବେସ୍‌ ଫୋର୍ଟ ମାୟର୍‌-ହେଣ୍ଡେର୍ସନ୍‌ ହଲ୍‌ ଜଣେ ଗନେରି ସର୍ଜେଣ୍ଟ୍‌ ଖୋଲିଥିଲେ।

ଏଥିରେ ସଂକ୍ରମିତ ଲୋକମାନେ ହାତ, ମୁହଁ କୁଣ୍ଡାଇ ହେବା ଏବଂ ନାକରୁ ରକ୍ତ ପଡୁଥିବା ଅଭିଯୋଗ କରିଥିଲେ ବୋଲି ଜଣେ ମେରାଇନ୍‌ ଅଧିକାରୀ ଗଣମାଧ୍ୟମକୁ କହିଥିଲେ। ତୁରନ୍ତ କୋଠାଟିକୁ ଖାଲି କରାଯାଇଥିଲା।

ଲଫାପାଟି କୌଣସି ବ୍ୟକ୍ତି ବିଶେଷ ନୁହେଁ, ମେରାଇନ୍‌ସ୍‌ ହେଡ୍‌କ୍ୱାର୍ଟର୍ସ ବାଟାଲିୟନ୍‌ ଠିକଣାରେ ଆସିଥିବା କଥା ଜଣେ ଅଧିକାରୀ କହିଛନ୍ତି।
ମେରାଇନ୍‌ ମୁଖପାତ୍ର ମେଜର୍‌ ବ୍ରିୟାନ୍‌ ବ୍ଲକ୍‌ କହିଛନ୍ତି: ଚିଠି ପାଇବାର କିଛି କ୍ଷଣ ପରେ ୧୧ ଲୋକେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ କୋଠାରୁ ବାହାରି ଯାଇଥିଲେ।

୧୧ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ, ତିନି ଜଣଙ୍କୁ ଅଧିକ ପରୀକ୍ଷା ପାଇଁ ଡାକ୍ତରଖାନାକୁ ପଠା ଯାଇଥିଲା।
ଚିଠିଟିକୁ ହଟାଇ ଦିଆ ଯାଇଛି। ଏନ୍‌ସିଆଇଏସ୍‌ ଏବଂ ଏଫ୍‌ବିଆଇ ଏହାର ମିଳିତ ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe