ପାଟନା: ବିହାର ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ବିରୋଧରେ ଏବେ ସାନି ଏଫଆଇଆର ରୁଜୁ ହୋଇଛି। ବ୍ରଜେଶର ଏନ୍ଜିଓ ଦ୍ୱାରା ପରିଚାଳିତ ହେଉଥିବା ଅନ୍ୟ ଏକ ଆଶ୍ରୟସ୍ଥଳରୁ ୧୧ ଜଣ ମହିଳା ନିଖୋଜ ହୋଇଯାଇଛନ୍ତି। ପୁଲିସ ଏବେ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଦେଇଛି। ଏ ନେଇ ବ୍ରଜେଶ ବିରୋଧରେ ଗତକାଲି ସନ୍ଧ୍ୟାରେ ଏକ ସାନି ଏଫ୍ଆଇଆର ରୁଜୁ ହୋଇଛି। ବିହାର ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲା ପରେ ବ୍ରଜେଶ୍ର ଏନ୍ଜିଓକୁ କଳା ତାଲିକାଭୁକ୍ତ କରାଯାଇଛି। ତେବେ ଏନ୍ଜିଓ ଦ୍ୱାରା ପରିଚାଳିତ ଅନ୍ୟ ଏକ ଆଶ୍ରୟସ୍ଥଳ ମଧ୍ୟ ସନ୍ଦେହ ଘେରକୁ ଆସିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଛୋଟି କଲ୍ୟାଣୀ ଅଞ୍ଚଳର ଏହି ଆଶ୍ରୟସ୍ଥଳରୁ ୧୧ ଜଣ ମହିଳା ନିଖୋଜ ହୋଇଯାଇଛନ୍ତି।
ବିହାର ଆଶ୍ରୟସ୍ଥଳରୁ ୧୧ ମହିଳା ନିଖୋଜ
Advertisment
Follow Us