୧୧ ପୂର୍ବତନ ସାଂସଦଙ୍କ ବିରୋଧରେ ଚାର୍ଜ ଫ୍ରେମ୍‌ କଲେ ଦିଲ୍ଲୀ ହାଇକୋର୍ଟ

Advertisment

ସଂସଦରେ ଲାଞ୍ଚ ବିନିମୟରେ ପ୍ରଶ୍ନ ମାମଲା

ସଂସଦରେ ଲାଞ୍ଚ ବିନିମୟରେ ପ୍ରଶ୍ନ ମାମଲା

୧୧ ପୂର୍ବତନ ସାଂସଦଙ୍କ ବିରୋଧରେ ଚାର୍ଜ ଫ୍ରେମ୍‌ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ସଂସଦରେ ଲାଞ୍ଚ ବିନିମୟରେ ପ୍ରଶ୍ନ ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ୧୧ ପୂର୍ବତନ ସାଂସଦଙ୍କ ବିରୋଧରେ ଦୁର୍ନୀତି ଏବଂ ଅପରାଧିକ ଷଡ଼ଯନ୍ତ୍ର ନେଇ ଚାର୍ଜ ଫ୍ରେମ୍‌ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି କିରନ ବନସାଲ ୧୧ ପୂର୍ବତନ ସାଂସଦଙ୍କ ବିରୋଧରେ ରହିଥିବା ମାମଲାର ବିଚାର ଆରମ୍ଭ ହେବ ବୋଲି ସ୍ପଷ୍ଟ କରିଛନ୍ତି। ୨୦୧୮ ଜାନୁଆରି ୧୨ ତାରିଖରୁ ଉକ୍ତ ସାଂସଦମାନଙ୍କ ବିରୋଧରେ ଶୁଣାଣି ଆରମ୍ଭ ହେବ ବୋଲି କୋର୍ଟ କହିଛନ୍ତି। ଉକ୍ତ ୧୧ ସାଂସଦମାନେ ସଂସଦରେ ବିଭିନ୍ନ ପ୍ରଶ୍ନ ଉଠାଇବାପାଇଁ ଲାଞ୍ଚ ନେଉଥିବା ଘଟଣା ୨୦୦୫ ମସିହାରେ ୨ଜଣ ସାମ୍ବାଦିକ କରିଥିବା ଷ୍ଟିଙ୍ଗ୍‌ ଅପରେସନରୁ ଜଣାଯାଇଥିଲା। ଉକ୍ତ ସାଂସଦମାନେ ହେଉଛନ୍ତି ଓ୍ଵାଇଜି ମହାଜନ (ବିଜେପି), ଛତ୍ରପାଲ୍‌ ସିଂହ ଲୋଧା (ବିଜେପି), ଆନ୍ନା ସାହେବ ଏମକେ ପଟିଲ (ବିଜେପି) , ମନୋଜ କୁମାର (ଆରଜେଡି), ଚନ୍ଦ୍ର ପ୍ରତାପ ସିଂହ (ବିଜେପି), ରାମ ସେବକ ସିଂହ (କଂଗ୍ରେସ), ନରେନ୍ଦ୍ର କୁମାର କୁସଓ୍ଵାହା (ବିଏସପି), ପ୍ରଦୀପ ଗାନ୍ଧୀ (ବିଜେପି), ସୁରେଷ ଚନ୍ଦେଲ (ବିଜେପି), ଲାଲ ଚନ୍ଦ୍ର କୋଲ (ବିଏସପି) ଏବଂ ରାଜା ରାମପାଲ (ବିଏସପି)। ୨୦୦୫ ମସିହା ଡିସେମ୍ବର ୧୨ ତାରିଖରେ ଏକ ଘରୋଇ ଟିଭି ଚ୍ୟାନେଲ୍‌ରେ ଉକ୍ତ ୧୧ ଜଣ ସାଂସଦ ଲାଞ୍ଚ ନେଉଥିବା ଖବର ପ୍ରସାରିତ ହୋଇଥିଲା। ଏହି ମାମଲାରେ ଅନ୍ୟଜଣେ ଅଭିଯୁକ୍ତ ମଧ୍ୟସ୍ଥିଙ୍କର ଦେହାନ୍ତ ହୋଇସାରିଛି। କୋର୍ଟ ଆଇପିସି ଏବଂ ଦୁର୍ନୀତି ନିବାରଣ ଆଇନ ଅଧିନରେ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଉକ୍ତ ସାଂସଦମାନଙ୍କ ବିରୋଧରେ ଚାର୍ଜ ଫ୍ରେମ୍‌ କରିଛନ୍ତି। ୨୦୦୯ ମସିହାରେ ଦିଲ୍ଲୀ ପୁଲିସ ଉକ୍ତ ପୂର୍ବତନ ସାଂସଦମାନଙ୍କ ବିରୋଧରେ ଚାର୍ଜସିଟ୍‌ ଫାଇଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe