Outlook India
ନୂଆଦିଲ୍ଲୀ: ବାରାଣାସୀରୁ ଲୋକସଭା ନିର୍ବାଚନ ଲଢ଼ୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାକୁ ଏକ ଚ୍ୟାଲେଞ୍ଜ ଆସିଛି। ଦିଲ୍ଲୀରେ ଅନେକ ଦିନ ଧରି ନିଜ ଦାବି ନେଇ ଆନ୍ଦୋଳନ କରିଥିବା ତାମିଲନାଡୁର ଚାଷୀ ଏବେ ନିର୍ବାଚନ ମଇଦାନକୁ ଓହ୍ଲାଇବା ଯୋଜନାରେ ଅଛନ୍ତି।
Catch Newsତାମିଲନାଡୁ ଚାଷୀ ନେତା ପି. ଅୟାକନ୍ରୁ ଶନିବାର ଏନେଇ ସୂଚନା ଦେଇ କହିଛନ୍ତି, ତାମିଲନାଡୁର ୧୧୧ଚାଷୀ ବାରାଣାସୀ ଲୋକସଭା ଆସନରୁ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ। ଉତ୍ତରପ୍ରଦେଶରେ ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ନିଆଯାଇ ଭାଜପାକୁ କୁହାଯାଇଛି କି ସେ ଘୋଷଣା ପତ୍ରରେ ଏହି କଥାକୁ ସାମିଲ କରନ୍ତୁ କି ଲାଭଦାୟକ ଫସଲ ସହିତ ଚାଷୀଙ୍କ ଅନ୍ୟ ଦାବି ବି ପୂରା କରିବେ। ୨୦୧୭ରେ ଆମେ ୧୦୦ରୁ ଅଧିକ ଦିନ ଦିଲ୍ଲୀରେ ନିଜର ଦାବି ନେଇ ଅନ୍ଦୋଳନ କରିଥିଲୁ। ଯଦି ଭାଜପା ଆମର ଏହି ଦାବି ପୂରଣ ପାଇଁ ଘୋଷଣା ପତ୍ରରେ ଆଶ୍ୱସନା ଦିଏ ତାହାଲେ ଯାଇ ଆମେ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବା ପାଇଁ ନେଇଥିବା ନିଷ୍ପତ୍ତିରୁ ଓହରି ପାରୁ। ଯଦି ଏମିତି ନହୁଏ ତେବେ ନିର୍ବାଚନ ନିଶ୍ଚୟ ଲଢ଼ିବୁ।
Follow Us