ଶିବକୁମାରଙ୍କ ପ୍ରସ୍ତାବିତ ୧୧୪ ଫୁଟ୍‌ ଉଚ୍ଚ ଖ୍ରୀଷ୍ଟ ମୂର୍ତ୍ତି ନିର୍ମାଣକୁ ବିରୋଧ କରି ‘ବିଜେପି’ ଓ ‘ଆର୍‌ଏସ୍‌ଏସ୍’ର ପ୍ରତିବାଦ

Advertisment
ଶିବକୁମାରଙ୍କ ପ୍ରସ୍ତାବିତ ୧୧୪ ଫୁଟ୍‌ ଉଚ୍ଚ ଖ୍ରୀଷ୍ଟ ମୂର୍ତ୍ତି ନିର୍ମାଣକୁ ବିରୋଧ କରି ‘ବିଜେପି’ ଓ ‘ଆର୍‌ଏସ୍‌ଏସ୍’ର  ପ୍ରତିବାଦ

Representative Image Source: India Today

କନକପୁର: କର୍ଣ୍ଣାଟକର କନକପୁର ଅନ୍ତର୍ଗତ କପାଳିବେତ୍ତା ଠାରେ ୧୧୪ ଫୁଟ୍‌ ଉଚ୍ଚ ଯୀଶୁଖ୍ରୀଷ୍ଟଙ୍କ ପ୍ରତିମା ନିର୍ମାଣ ଲାଗି ଟାଣୁଆ କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ଯୋଜନା ବିରୁଦ୍ଧରେ ସୋମବାର ଦିନ ବିଜେପି ଏବଂ ଆର୍‌ଏସ୍‌ଏସ୍‌ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

ଏଥିଯୋଗୁଁ ଉତ୍ତ୍ୟକ୍ତ ନ ହେବାକୁ ନିଜର ସମର୍ଥକମାନଙ୍କୁ ଡିକେ ଶିବକୁମାର ସତର୍କ କରାଇ ଦେଇଛନ୍ତି।

ପ୍ରତିବାଦ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସଶସ୍ତ୍ର ପୁଲିସ ସମେତେ ୧୦୦୦ ପୁଲିସଙ୍କୁ ସ୍ଥାନୀୟ ପ୍ରଶାସନ ମୁତୟନ କରିଛି।

ଖ୍ରୀଷ୍ଟଙ୍କ ପ୍ରତିିମୂର୍ତ୍ତି ନିର୍ମାଣ କରାଯାଉଥିବା ହାରୋବେଲେ ହେଉଛି ଶିବକୁମାରଙ୍କ ନିର୍ବଚନ ମଣ୍ଡଳୀର ଏକ ଖ୍ରୀଷ୍ଟିଆନ୍‌ ବହୁଳ ଗ୍ରାମ। ପ୍ରାୟ ୪୦୦ ବର୍ଷ ହେବ ଖ୍ରୀଷ୍ଟଧର୍ମ ସମ୍ପ୍ରଦାୟର ଲୋକେ ଏଠାରେ ବସବାସ କରିଆସୁଛନ୍ତି।

publive-image Image Source: The Hindu

ସେଠାରେ ମୂର୍ତ୍ତି ସ୍ଥାପନା ନିମନ୍ତେ ଦାୟିତ୍ୱ ବହନ କରିଥିବା ଏକ ଟ୍ରଷ୍ଟ୍‍କୁ ବଡ଼ଦିନ ଅବସରରେ ଡିକେ ଶିବକୁମାର ଜମି ପଟ୍ଟା ହସ୍ତାନ୍ତର କରିଥିଲେ। ଏହି ମୂର୍ତ୍ତି ଟାଣୁଆ ମୁଗୁନି ପଥରରେ ନିର୍ମାଣ କରାଯିବ ବୋଲି ଯୋଜନା ରହିଛି।

ଏହର ଉଚ୍ଚତା ହେବ ୧୧୪ ଫୁଟ୍‌। ମୂର୍ତ୍ତିର ୧୩ ଫୁଟ୍‌ଯାଏଁ ରହିବ ପାହାଚ। ପାହାଚ ନିର୍ମାଣ ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe