ରୁଷ-ୟୁକ୍ରେନ ମଧ୍ୟରେ ବଡ଼ ବୁଝାମଣା, ଅଦଳବଦଳ କଲେ ୧୧୫ ଲେଖାଏଁ ଯୁଦ୍ଧବନ୍ଦୀ

ରୁଷ୍-ୟୁକ୍ରେନ ଯୁଦ୍ଧକୁ ନେଇ ବଡ ଖବର ସାମ୍ନାକୁ ଆସୁଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁକ୍ରେନ ଗସ୍ତର ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ରୁଷ୍-ୟୁକ୍ରେନ ଏକ ବଡ଼ ବୁଝାମଣାରେ ପହଞ୍ଚିଛନ୍ତି । ଏହି ଚୁକ୍ତି ପରେ ରୁଷ୍ ଓ ୟୁକ୍ରେନ୍ ଆଜି ୧୧୫ ଜଣ ଲେଖାଏଁ କଏଦୀଙ୍କୁ ବିନିମୟ କରିବାକୁ ଯାଉଛନ୍ତି।

ଅଦ୍ୟତନ ହୋଇଛି
prisoner

ମସ୍କୋ :  ରୁଷ୍-ୟୁକ୍ରେନ ଯୁଦ୍ଧକୁ ନେଇ ବଡ ଖବର ସାମ୍ନାକୁ ଆସୁଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁକ୍ରେନ ଗସ୍ତର ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦୁଇ ଦେଶ ଏକ ବଡ଼ ବୁଝାମଣାରେ ପହଞ୍ଚିଛନ୍ତି । ଏହି ଚୁକ୍ତି ପରେ ରୁଷ୍ ଓ ୟୁକ୍ରେନ୍ ଆଜି ୧୧୫ ଜଣ ଲେଖାଏଁ କଏଦୀଙ୍କୁ ବିନିମୟ କରିବାକୁ ଯାଉଛନ୍ତି। ୟୁଏଇ ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଛି ବୋଲି ରୁଷର ସରକାରୀ ସମ୍ବାଦ ସରବରାହ ସଂସ୍ଥା ଟାସ୍ ରିପୋର୍ଟ କରିଛି ।
ୟୁଏଇର ଜଣେ ଅଧିକାରୀ କହିଛନ୍ତି, ଚଳିତ ମାସରେ ୟୁକ୍ରେନ ରୁଷିଆ ଭିତରେ ପଶି ଆକ୍ରମଣ କରିବା ପରେ ଏହା ପ୍ରଥମ କଏଦୀ ବିନିମୟ। ୟୁଏଇ ଅଧିକାରୀ ଜଣକ ନାମ ଗୋପନ ରଖିବା ସର୍ତ୍ତରେ ଏହି କଥା କହିଛନ୍ତି, କାରଣ ଏ ପର୍ଯ୍ୟନ୍ତ ସବିଶେଷ ତଥ୍ୟ ସାର୍ବଜନୀନ ହୋଇନାହିଁ। 

ଦୁଇ ଦେଶ ମଧ୍ୟରେ ଗତ ଅଢେଇ ବର୍ଷ ଧରି ଚାଲିଥିବା ଶାନ୍ତି ଉଦ୍ୟମ ମଧ୍ୟରେ ଯୁଦ୍ଧବନ୍ଦୀ ଅଦଳବଦଳ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି ।  ଏହି ବୁଝାମଣା ପରସ୍ପର ମଧ୍ୟରେ ଭରସା ବୃଦ୍ଧି ଦିଗରେ ସହାୟକ ହେବ ଯାହାକି ଶାନ୍ତି ଆଲୋଚନା ପାଇଁ ବାଟ ଫିଟାଇବ ବୋଲି ବିଶ୍ୱାସ କରାଯାଉଛି। 

ଦୁଇ ଦେଶ ମଧ୍ୟରେ ଗତ ଅଢେଇ ବର୍ଷ ଧରି ଚାଲିଥିବା ଶାନ୍ତି ଉଦ୍ୟମ ମଧ୍ୟରେ ଯୁଦ୍ଧବନ୍ଦୀ ଅଦଳବଦଳ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି ।  ଏହି ବୁଝାମଣା ପରସ୍ପର ମଧ୍ୟରେ ଭରସା ବୃଦ୍ଧି ଦିଗରେ ସହାୟକ ହେବ ଯାହାକି ଶାନ୍ତି ଆଲୋଚନା ପାଇଁ ବାଟ ଫିଟାଇବ ବୋଲି ବିଶ୍ୱାସ କରାଯାଉଛି। 

ଗତକାଲି ହୋଇଥିବା ମୋଦୀଙ୍କ ୟୁକ୍ରେନ ଗସ୍ତ ଉପରେ ସମଗ୍ର ବିଶ୍ବର ନଜର ଥିଲା । ଶାନ୍ତି ସ୍ଥାପନା ପାଇଁ ଭାରତ କାମ କରିବ ବୋଲି ମୋଦୀ ଏହି ଅବସରରେ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe