ମଧ୍ୟପ୍ରଦେଶର ୧୧୬ ବିଜେପି ବିଧାୟକଙ୍କୁ ବି ଅଯୋଗ୍ୟ କର

Advertisment
ମଧ୍ୟପ୍ରଦେଶର ୧୧୬ ବିଜେପି ବିଧାୟକଙ୍କୁ ବି ଅଯୋଗ୍ୟ କର

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର ୨୦ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ସୁପାରିସକୁ ଗତକାଲି ରାଷ୍ଟ୍ରପତି ଅନୁମୋଦନ ଦେବା ପରେ ଆଜି ଆପ୍‌ ପକ୍ଷରୁ ବିଜେପି ବିରୋଧରେ ଅନୁରୂପ ଅଭିେଯୋଗ ଆଣିଛି। ଏହି ଲାଭଜନକ ପଦବି ହାତେଇଥିବା ମାମଲାରେ ମଧ୍ୟପ୍ରଦେଶର ୧୧୬ ଜଣ ବିଜେପି ବିଧାୟକଙ୍କୁ ମଧ୍ୟ ସିଇସି ଅଯୋଗ୍ୟ ଘୋଷଣା କରିବାପାଇଁ ଆପ୍‌ ପକ୍ଷରୁ ଦାବି କରାଯାଇଛିି।
ଆପ୍‌ର ମଧ୍ୟପ୍ରଦେଶ ଆବାହକ ଆଲୋକ ଅଗ୍ରଓ୍ଵାଲ୍‌ଙ୍କ କହିବା ଅନୁଯାୟୀ, ଆପ୍‌ ଦ୍ୱାରା ୨୦୧୬ ଜୁଲାଇ ୪ ତାରିଖରେ ଏହି ପ୍ରସଙ୍ଗ ଉଠାଯାଇ ବିଜେପିର ସଂପୃକ୍ତ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାବି କରାଯାଇଥିଲା।

ମାତ୍ର ନିର୍ବାଚନ କମିସନ ଏ ସମ୍ପର୍କରେ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଉଲ୍ଲେଖ ଥାଉ କି, ବିଜେପିର ଏହି ୧୧୬ ଜଣ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ କଲେଜ୍‌ରେ ଜନ ଭାଗୀଦାର ସମିତି ସଦସ୍ୟ ରହିଛନ୍ତି ଯାହା ଲାଭଜନକ ପଦବି ଅଧୀନରେ ଆସୁଛି। ସେହପରି ଦୁଇଜଣ ମନ୍ତ୍ରୀ ପରେସ ଜୈନ ଏବଂ ଦୀପକ ଯୋଶୀ ମଧ୍ୟ ଭାରତୀୟ ସ୍କାଉଟ୍‌ ଏବଂ ଗାଇଡ୍‌ ଅଧୀନ ଲାଭଜନକ ପଦବିରେ ରହିଥିବାରୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାବି ହୋଇଛି। କିନ୍ତୁ ନିର୍ବାଚନ ଆୟୁକ୍ତ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ସିଇସି ଭଳି ସାମ୍ବିଧାନିକ ପଦବିର କାର୍ଯ୍ୟଶୈଳୀର ନିରପେକ୍ଷତାରେ ପ୍ରଶ୍ନବାଚୀ ଲଗାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe