ୟୁକ୍ରେନ୍‌ରେ ୧୧୮ ସାମରିକ ପ୍ରତିଷ୍ଠାନ ଧ୍ୱସ୍ତ, ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଚଳ

Advertisment

ଆମେରିକାର ୩୫୦ ନିୟୁତ ଡଲାର ସହାୟତା ଘୋଷଣା, ୟୁକ୍ରେନ୍‌ର ୧୩ କମାଣ୍ଡ ପୋଷ୍ଟ୍‌ ଧ୍ବସ୍ତ

ଆମେରିକାର ୩୫୦ ନିୟୁତ ଡଲାର ସହାୟତା ଘୋଷଣା, ୟୁକ୍ରେନ୍‌ର ୧୩ କମାଣ୍ଡ ପୋଷ୍ଟ୍‌ ଧ୍ବସ୍ତ

ୟୁକ୍ରେନ୍‌ରେ ୧୧୮ ସାମରିକ ପ୍ରତିଷ୍ଠାନ ଧ୍ୱସ୍ତ, ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଚଳ

ମସ୍କୋ : ଦକ୍ଷିଣ ପୂର୍ବ ୟୁକ୍ରେନ୍‌ରେ ଥିବା ଏକ ପ୍ରମୁଖ ସହରକୁ ଗତରାତିରେ ରୁଷ୍‌ ବାହିନୀ ଅକ୍ତିଆର କରିନେଇଛି। ମେଲିଟୋପଲ୍‌ ସହରକୁ ରୁଷ୍‌ ଅକ୍ତିଆର କରିବା ସହ ସବୁ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନକୁ ନିଜ ନିୟନ୍ତ୍ରଣକୁ ନେଇଛି। ରୁଷ୍‌ କିବ୍‌ ସମେତ ୟୁକ୍ରେନ୍‌ର ସମସ୍ତ ପ୍ରମୁଖ ସହରରେ ମିସାଇଲ୍‌ ଏବଂ ବୋମା ମାଡ଼ ଜାରି ରଖିଛି ଏବଂ ୟୁକ୍ରେନ୍‌ ସେନାର ସମସ୍ତ ପ୍ରମୁଖ ପ୍ରତିଷ୍ଠାନକୁ ଧ୍ବଂସ କରିଥିବା ଦାବି କରିଛି। ୧୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ମେଲିଟୋପଲ ସହରକୁ ରୁଷ୍‌ ଦଖଲ କରିବା ପରେ ଏହା ସହିତ ୟୁକ୍ରେନ୍‌ର ସମସ୍ତ ସାମରିକ ଯୋଗାଯୋଗ୍ୟ ବ୍ୟବସ୍ଥାକୁ ନଷ୍ଟ କରିଦେଇଛି। ଅନ୍ୟପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଗତରାତିରେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଆମେ ଅସ୍ତ୍ର ତ୍ୟାଗ କରିବୁନି। ଆମେ ଦେଶକୁ ସୁରକ୍ଷା ଦେବୁ। ୟୁରୋପୀୟ ସଂଘର ସହଯୋଗ ଲୋଡ଼ି ଜେଲେନସ୍କି କହିଛନ୍ତି, ଯଦି ଉପଯୁକ୍ତ ସହାୟତା ନମିଳେ ତା’ହେଲେ ମତେ ଶେଷ ଥର ପାଇଁ ଆପଣ ଜୀବିତ ଦେଖୁଛନ୍ତି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଆଜି କହିଛି, ରୁଷ୍‌ ୟୁକ୍ରେନ୍‌ରେ ୧୧୮ ସାମରିକ ପ୍ରତିଷ୍ଠାନକୁ ଧ୍ବସ୍ତ କରିଦେଇଛି। ୟୁକ୍ରେନ୍‌ ସେନାବାହିନୀର ୧୩ଟି କମାଣ୍ଡ୍‌ ପୋଷ୍ଟ୍‌ ୧୪ ଏସ୍‌-୩୦୦ ଏବଂ ଓସା ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ ସିଷ୍ଟମ, ୩୬ଟି ରାଡାର ଷ୍ଟେସନ୍‌କୁ ରୁଷ୍‌ ଅଚଳ କରିଦେଇଛି। ଏଥିସହ ଏହା ୫ଟି ଯୁଦ୍ଧ ବିମାନ, ‌ଗୋଟିଏ ହେଲିକପ୍ଟର ଏବଂ ୟୁକ୍ରେନ୍‌ର ୫ଟି ଡ୍ରୋନ୍‌କୁ ଖସାଇ ଦେଇଛି। ଅନ୍ୟପକ୍ଷରେ ଆମେରିକା ଶନିବାର ଦିନ ୟୁକ୍ରେନ୍‌କୁ ୩୫୦ ନିୟୁତ ଡଲାର ସାମରିକ ସହାୟତା ଘୋଷଣା କରିଛନ୍ତି।

publive-image

ରୁଷ୍ ଟ୍ୟାଙ୍କ୍‌କୁ ଅଟକାଇବାକୁ ନିଜକୁ ଉଡ଼ାଇ ଦେଲେ ୟୁକ୍ରେନ୍‌ ସୈନିକ

ମସ୍କୋ : ରୁଷ୍‌ର ଏକ ଯୁଦ୍ଧ ଟ୍ୟାଙ୍କ୍‌କୁ ଅଟକାଇବାକୁ ଶନିବାର ଦିନ ଜଣେ ୟୁକ୍ରେନ୍‌ ସୈନିକ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି। ରୁଷ୍‌ ଅଧିକୃତ କ୍ରିମିଆକୁ ୟୁକ୍ରେନ୍‌ ସହ ଯୋଡ଼ୁଥିବା ଏକ ବ୍ରିଜ୍‌ ଉପରେ ରୁଷ୍‌ ଟ୍ୟାଙ୍କ୍‌କୁ ଆଗକୁ ବଢ଼ିବାକୁ ନଦେବାପାଇଁ ଜଣେ ସୈନିକ ନିଜ ସହ ବ୍ରିଜ୍‌ଟିକୁ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି। ଖେରସନର ଦକ୍ଷିଣ ପ୍ରଦେଶ ସ୍ଥିତ ହେନିଚେକ୍‌ ବ୍ରିଜ୍‌ରେ ମେରାଇନ୍‌ ବାଟାଲିଅନ ଇଂଜିନିୟର ବିଟାଲି ଶାକୁନ୍‌ ମୁତୟନ ହୋଇଥିଲେ। ରୁଷ୍‌ର ଯୁଦ୍ଧ ଟ୍ୟାଙ୍କ୍‌କୁ ଅଟକାଇବାପାଇଁ ବିଟାଲି ଶାକୁନ ଅନ୍ୟ କିଛି ଉପାୟ ପାଇନଥିଲେ। ଶେଷରେ ସେ ନିଜ ସହ ବ୍ରିଜ୍‌ଟିକୁ ବିସ୍ଫୋରଣରେ ଉଡ଼ାଇ ଦେବାପାଇଁ ନିଷ୍ପତ୍ତି ନେଇଥିଲେ। ବ୍ରି‌ଟେନ୍‌ ସେନା‌ ଏନେଇ ଏକ ବିବୃତି ଜାରି କରିଛି। ୟୁକ୍ରେନ୍ ସେନା ପକ୍ଷରୁ କୁହାଯାଇଛି,ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ଲଢ଼ୁଥିବୁ। ସୈନିକ ଶାକୁନଙ୍କୁ ତାଙ୍କ ସାହସିକତା ପାଇଁ ମରଣୋ‌ତ୍ତର ରାଷ୍ଟ୍ରୀୟ ସମ୍ମାନ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe