ପୁଲିସ ଏକାଡେମି ପରୀକ୍ଷାରେ ସଫଳ ହୋଇ ପାରିଲେ ନାହିଁ ୧୨୨ ଜଣ ଆଇପିଏସ୍‌ ଅଫିସର୍‌ମାନଙ୍କ ମଧ୍ୟରୁ ୧୧୯ ଜଣ

Advertisment
ପୁଲିସ ଏକାଡେମି ପରୀକ୍ଷାରେ ସଫଳ ହୋଇ ପାରିଲେ ନାହିଁ ୧୨୨ ଜଣ ଆଇପିଏସ୍‌ ଅଫିସର୍‌ମାନଙ୍କ ମଧ୍ୟରୁ ୧୧୯ ଜଣ

ହାଇଦ୍ରାବାଦ: ଭବିଷ୍ୟତରେ ସେମାନେ ନିଜ ନିଜ ରାଜ୍ୟରେ ପୁଲିସ ଅଧିକାରୀ ହୋଇ ପାରନ୍ତି, କିନ୍ତୁ ସେଥିପାଇଁ ଆବଶ୍ୟକ ସ୍ନାତକ ପରୀକ୍ଷାରେ ୨୦୧୬ ରେଗୁଲାର୍‌ ରିକୃଇଟ୍‌ ବ୍ୟାଚ୍‌ର ଅଧିକାଂଶ ଆଇପିଏସ୍‌ ଅଧିକାରୀ ହାଇଦ୍ରାବାଦସ୍ଥିତ ସର୍ଦାର ବଲ୍ଲଭଭାଇ ପଟେଲ୍‌ ନେସ୍‌ନାଲ୍‌ ପୋଲିସ୍‌ ଏକାଡେମିରେ ଅକୃତକାର୍ଯ୍ୟ ହୋଇଛନ୍ତି।

୧୨୨ ଜଣ ଆଇପିଏସ୍‌ ଅଧିକାରୀମାନଙ୍କ ମଧ୍ୟରୁ ୧୧୯ ଜଣ ଏକ କିଂବା ଏକାଧିକ ପରୀକ୍ଷାରେ ବିଫଳ ହୋଇଛନ୍ତି। ୧୪ ଜଣ ବିଦେଶୀ ପୁଲିସ ବଳ ସମେତ ବ୍ୟାଚ୍‌ରେ ସମୁଦାୟ ୧୩୬ ଜଣ ଅଧିକାରୀ ଥିଲେ। ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ସତ୍ତ୍ୱେ ଅଧିକାରୀମାନେ ସ୍ନାତକ ହୋଇ ନିଜ ନିଜର କ୍ୟାଡର୍‌ରେ ପ୍ରୋବେସନ୍‌ର୍‌ ଭାବେ ରହିଛନ୍ତି। କିନ୍ତୁ, ସେମାନଙ୍କୁ ପ୍ରତି ବିଷୟରେ ସଫଳ ହେବାକୁ ପଡ଼ିବ ଏବଂ ସେଥିପାଇଁ ତାଙ୍କୁ ତିନି ଥର ସୁଯୋଗ ଦିଆଯିବ। ତା’ସତ୍ତ୍ୱେ ଯଦି ସେମାନେ ଅକୃତକାର୍ଯ୍ୟ ହୁଅନ୍ତି, ସେମାନେ ଆଉ ଚାକିରିରେ ରହି ପାରିବେ ନାହିଁ।

ସମୁଦାୟ ୧୩୬ ଅଧିକାରୀଙ୍କ ମଧ୍ୟରୁ ୧୩୩ ଜଣ ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌ ଆଣ୍ଡ୍‌ କ୍ରିମିନାଲ୍‌ ପ୍ରୋସିଜ୍ୟୁଓର୍‌ କୋଡ୍‌ ସମେତ ଗୋଟିଏ କିଂବା ଅଧିକ ବିଷୟରେ ଅସଫଳ ହୋଇଛନ୍ତି। ଅସଫଳ ହୋଇଥିବା ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ଗତ ଅକ୍ଟୋବାର ମାସରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଥିବା ପାସିଙ୍ଗ୍‌ ଆଉଟ୍‌ ପରେଡ୍‌ରେ ମେଡାଲ୍‌ ଓ ଟ୍ରଫି ଗ୍ରହଣ କରିଥିଲେ।

ପରୀକ୍ଷାରେ ସମସ୍ତ ଫରେନ୍‌ ପୋଲିସ୍‌ ଅଫିସର୍‌ ମଧ୍ୟ ଫେଲ୍‌ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe