The Hindu
ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭାରେ ବିରୋଧୀ ଦଳ ଆସନରେ ବସିଥିବା କଂଗ୍ରେସର ୧୨ ଜଣ ବିଧାୟକ କଂଗ୍ରେସରୁ ମିଳିତ ଭାବେ ଇସ୍ତଫା ଦେଇ ସରକାରୀ ଦଳ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆର୍ଏସ୍)ରେ ମିଶିବେ ବୋଲି ତେଲେଙ୍ଗାନା ବିଧାନସଭା ବାଚସ୍ପତିଙ୍କ ନିକଟରେ ଆବେଦନ କରିବା ପରେ ଏହାକୁ କେନ୍ଦ୍ର କରି କଂଗ୍ରେସ ରାଜନୀତି ପୁଣି ସରଗରମ ହୋଇ ଉଠିଛି।
ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ତେଲେଙ୍ଗାନା ବିଧାନସଭାରେ କଂଗ୍ରେସ ଦଳର ୧୮ରୁ ୧୨ ଜଣ ନିର୍ବାଚିତ ବିଧାୟକ ଆଜି ଟିଆର୍ଏସ୍ର କାର୍ଯ୍ୟକାରୀ ସଭାପତି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁତ୍ର କେଟି ରାମାରାଓଙ୍କୁ ସାକ୍ଷାତ କରି କଂଗ୍ରେସରୁ ସମୂହିକ ଭାବେ ଇସ୍ତଫା ଦେଇ ଟିଆର୍ଏସ୍ରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକଟ କରିଥିଲେ। ଟିଆର୍ଏସ୍ କାର୍ଯ୍ୟକାରୀ ସଭାପତି କେଟି ରାଓ କଂଗ୍ରେସ ବିଧାୟକମାନଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେବା ପରେ କଂଗ୍ରେସର ୧୨ ଜଣ ଯାକ ବିଧାୟକ ତେଲେଙ୍ଗାନା ବିଧାନସଭାର ବାଚସ୍ପତିଙ୍କ ନିକଟକୁ ଯାଇ ଲିଖିତ ଭାବେ ଏଥିପାଇଁ ଆବେଦନ ଆବେଦନ କରିଥିବା ଜାଣିବାକୁ ମିଳିଛି।
The Hinduତେଲେଙ୍ଗାନା ବିଧାନସଭାର ବାଚସ୍ପତି ଯଦି କଂଗ୍ରେସ ବିଧାୟକମାନଙ୍କର ଏହି ଆବେଦନକୁ ଗ୍ରହଣ କରି ନିଅନ୍ତି ତେବେ କଂଗ୍ରେସ ତେଲେଙ୍ଗାନା ବିଧାନସଭାରେ ବିରୋଧୀ ଦଳର ମାନ୍ୟତା ହରାଇବ।
Follow Us