ଦୁର୍ନୀତି ମାମଲାରେ ଫାରୁକ ଅବଦୁଲ୍ଲାଙ୍କ ୧୨ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

Advertisment
ଦୁର୍ନୀତି ମାମଲାରେ ଫାରୁକ ଅବଦୁଲ୍ଲାଙ୍କ ୧୨ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

Photo-The Print

ଶ୍ରୀନଗର: ଜାମ୍ମୁ କାଶ୍ମୀର କ୍ରିକେଟ୍ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ସମ୍ପତ୍ତି ଜବତ କରିଛି। ଜେ.କେ କ୍ରିକେଟ୍ ଆସୋସିଏସନର ପାଣ୍ଠି ସ୍କାମରେ ଫାରୁକ୍ ଅବଦୁଲ୍ଲାଙ୍କ ଜଡିତ ୩ ଟି ଘର, ୨ଟି ପ୍ଲଟ୍ ଏବଂ ୧ଟି ବାଣିଜ୍ୟିକ ସମ୍ପତ୍ତିକୁ ଇଡି ଜବତ କରିଛି |

ଏସବୁ ସମ୍ପତ୍ତିର ବଜାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ବୋଲି କୁହାଯାଉଛି। ଇଡି କହିଛି ଯେ ଅନୁସନ୍ଧାନକାରୀ ସଂସ୍ଥା ଫାରୁକ୍ ଅବଦୁଲ୍ଲାଙ୍କର ମୋଟ ୬ଟି ସମ୍ପତ୍ତି ସଂଲଗ୍ନ କରିଛି ଓ ଜେ.କେ କ୍ରିକେଟ୍ ସ୍କାମ ସଂପର୍କରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାପୂର୍ବରୁ ଅକ୍ଟୋବରରେ ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଜାମ୍ମୁ କାଶ୍ମୀର କ୍ରିକେଟ୍ ଆସୋସିଏସନ ପାଣ୍ଠିର ଅପବ୍ୟବହାର ନେଇ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ଯାଇଥିଲେ।

ଇଡି ଦ୍ୱାରା ଅନୁସନ୍ଧାନ ପାଇଁ ନୋଟିସ ଜାରି କରାଯିବା ପରେ ଫାରୁକ୍ ଅଫିସକୁ ଯାଇଥିଲେ। ତେବେ ନ୍ୟାସନାଲ କନଫରେନ୍ସ ଇଡିର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ଏହା ସ୍ୱରକୁ ଦମନ କରିବାର ପ୍ରୟାସ ବୋଲି ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe