ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୨ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୨ ମୃତ

India Posts English

ଡେରାଡୁନ : ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଶୁକ୍ରବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୧୨ ଜଣ ନେଇ ଯାତ୍ରା କରୁଥିବା ଏକ ଗାଡ଼ି ପ୍ରାୟ ୭୦୦ ମିଟର ଗଭୀର ଖାଇକୁ ଖସି ପଡ଼ିବା ଫଳରେ ସମସ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ପୁରୁଷ ଏବଂ ୨ ଜଣ ମହିଳା ଅଛନ୍ତି।

ସୂଚନାନୁଯାୟୀ, ଏକ ଟାଟା ସୁମୋ ଗାଡ଼ିରେ ୧୨ ଜଣ ଯାତ୍ରା କରୁଥିବାବେଳେ ଡୁମ୍‌କୋ ରୋଡ୍‌ର ପାଲ୍ଲା ଜାଖୋଲ ଗ୍ରାମ ନିକଟରେ ଦୁର୍ଘଟଣା ହୋଇଛି। ଗାଡ଼ିଟି ଯୋଶୀମଠରୁ କିମାନା ଗ୍ରାମକୁ ଯାଉଥିବାବେଳେ ବାଟରେ ଏହା ଖାଇକୁ ଖସି ପଡ଼ିଛି। ଦୁର୍ଘଟଣା ଖବର ପାଇ ଏସଡିଆରଏଫ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe