ବେଲୁଚିସ୍ତାନରେ ବିସ୍ଫୋରଣ, ପୁଲିସ କନଷ୍ଟେବଲ ସମେତ ୧୨ ମୃତ

Advertisment
ବେଲୁଚିସ୍ତାନରେ ବିସ୍ଫୋରଣ, ପୁଲିସ କନଷ୍ଟେବଲ ସମେତ ୧୨ ମୃତ

ନୂଆଦିଲ୍ଲୀ: ବେଲୁଚିସ୍ତାନର ଜଲ ମଗସି ଜିଲ୍ଲାର ଫତେପୁର ଦରଘାରେ ଗୁରୁବାର ବୋମା ବିସ୍ଫୋରଣ ହେବାରୁ ଜଣେ ପୁଲିସ କନଷ୍ଟେବଲ ସମେତ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବେଲୁଚିସ୍ତାନର ଏକ ଟିଭି ରିପୋର୍ଟ ଅନୁସାରେ ଆକ୍ରମଣକାରୀ ବିସ୍ଫୋରଣ ଘଟାଇବା ପୂର୍ବରୁ ଫତେପୁର ଦରଘା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା ବୋଲି ପୁଲିସ କହିଛି। ଡେପୁଟି କମିସନର ଆସଦୁଲ୍ଲା କାକର ଟିଭି ଚ୍ୟାନେଲକୁ କହିଛନ୍ତି, ବିସ୍ଫୋରଣରେ ୧୨ଜଣଙ୍କର ମୃତ୍ୟୁ ଘଟିଛି। ବେଲୁଚିସ୍ତାନ ସରକାରଙ୍କ ମୁଖପାତ୍ର ଅନଓ୍ଵାରଲୁ ହକ୍‌ କକର ଘଟଣାକୁ ସ୍ପଷ୍ଟ କରିଛନ୍ତି।

ଦରଘା ଭିତରେ ଶତାଧିକ ଲୋକ ପ୍ରାର୍ଥନା ପାଇଁ ଏକାଠି ହୋଇଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ୨ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନ ଜରୁରୀକାଳୀନ ଘୋଷଣା କରିଛି। ଆହତମାନଙ୍କୁ ସିବି ଓ ଡେରା ମୁରାଦ ଜମିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe