ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁୁକ୍ରବାର ଦିନ ଉତ୍ତରାଖଣ୍ଡର କେଦାରନାଥ ଧାମ ଗସ୍ତରେ ଆସି ଭଗବାନ ଶିବଙ୍କ ରୁଦ୍ରାଭିଷେକ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୨ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଉତ୍ତରାଖଣ୍ଡରେ ୨୦୧୩ ମସିହାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଆଦିଗୁରୁଙ୍କ ପ୍ରତିମୂର୍ତ୍ତି ନଷ୍ଟ ହୋଇଯାଇଥିଲା ଏବଂ ଏବେ ଏହାର ପୁନଃନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ଏହି ଗସ୍ତ ସମୟରେ କେଦାରନାଥରେ ୪୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସକାଳେ ଡେରାଡୁନ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ରାଜ୍ୟପାଳ ଗୁରୁମିତ ସିଂହ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏବଂ ତାଙ୍କ କ୍ୟାବିନେଟ୍ର ଅନେକ ମନ୍ତ୍ରୀ ତାଙ୍କୁ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ ସହ କେଦାରନାଥରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଅବଗତ ହୋଇଥିଲେ।
କେଦାରନାଥରେ ମୋଦୀଙ୍କ ରୁଦ୍ରାଭିଷେକ: ଆଦି ଶଙ୍କରାଚାର୍ଯ୍ୟଙ୍କ ୧୨ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ
Advertisment
Follow Us