ଓମାନ-ଦୁବାଇ ବସ୍‌ ଦୁର୍ଘଟଣାରେ ୧୨ ଭାରତୀୟ ମୃତ

Advertisment
ଓମାନ-ଦୁବାଇ ବସ୍‌ ଦୁର୍ଘଟଣାରେ ୧୨ ଭାରତୀୟ ମୃତ

(Twitter/Dubai Police, @DubaiPoliceHQ)

ନୂଆଦିଲ୍ଲୀ: ଗୁରୁବାର ସଂଧ୍ୟାରେ ଦୁବାଇରେ ହୋଇଥିବା ଏକ ବସ୍‌ ଦୁର୍ଘଟଣାରେ ୧୨ ଜଣ ଭାରତୀୟ ଜୀବନ ହରାଇଛନ୍ତି। ଏ ସଂପର୍କରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୈଶଙ୍କର ଶୁକ୍ରବାର ସୂଚନା ଦେଇ ସ୍ପଷ୍ଟ କରିଛନ୍ତି। ଏହି ଦୁର୍ଘଟଣା ଘଟିବା ପରେ ଦୁବାଇରେ ଥିବା ଭାରତୀୟ କନ୍‌ସୁଲେ୍‌ଟ୍‌ ୧୭ ଜଣ ମୃତକଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଜୈଶଙ୍କର ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି।

ଗୁରୁବାର ସଂଧ୍ୟାରେ ବସ୍‌ଟି ଓମାନରୁ ଦୁବାଇ ଯାଉଥିବା ବାଟରେ ଶୁକ୍ରବାର ସଂଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ସମୁଦାୟ ୧୭ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ଘଟିବା ପରେ ଦୁବାଇରେ ଥିବା ଭାରତୀୟ କନ୍‌ସୁଲେ୍‌ଟ୍‌ ଟ୍ଵିଟ୍‌ କରି ଜଣାଇଥିଲେ ଯେ ‘ମୁଁ ଦୁଃଖିତ ଯେ ଦୁବାଇ ବସ୍‌ ଦୁର୍ଘଟଣାରେ ୮ ଜଣ ଭାରତୀୟଙ୍କ ଜୀବନ ଯାଇଛି। ମୃତକଙ୍କ ପରିବାର ଓ ସଂପର୍କୀୟଙ୍କ ସହ ଯୋଗାଯୋଗ ରଖାଯାଉଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe