ରୁଷ ସେନାରେ ଥିବା ୧୨ ଭାରତୀୟ ମୃତ, ୧୬ ନିଖୋଜ

ରୁଷ ସେନାରେ ସାମିଲ ହୋଇ ରୁଷ ପାଇଁ ଲଢୁଥିବା ପ୍ରାୟ ୧୨ ଜଣ ଭାରତୀୟ ମୃତ୍ୟୁବରଣ କରିଥିବା ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଛି । ଏବେ ବି ରୁଷ ସେନାରେ ୧୮ ଭାରତୀୟ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୬ ଜଣ ନିଖୋଜ ଅଛନ୍ତି ।

russia

ନୂଆଦିଲ୍ଲୀ : ରୁଷ ସେନାରେ ସାମିଲ ହୋଇ ରୁଷ ପାଇଁ ଲଢୁଥିବା ପ୍ରାୟ ୧୨ ଜଣ ଭାରତୀୟ ମୃତ୍ୟୁବରଣ କରିଥିବା ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଛି । ଏବେ ବି ରୁଷ ସେନାରେ ୧୮ ଭାରତୀୟ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୬ ଜଣ ନିଖୋଜ ଅଛନ୍ତି ବୋଲି ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ।

ସେ କହିଛନ୍ତି, ଋଷସେନାରେ ୧୮ ଜଣ ଭାରତୀୟ ନାଗରିକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କୁ ଏପର୍ଯ୍ୟନ୍ତ ଠାବ କରାଯାଇନାହିଁ। ରୁଷିଆ ପକ୍ଷରୁ ସେମାନଙ୍କୁ ନିଖୋଜ ବୋଲି ଶ୍ରେଣୀଭୁକ୍ତ କରାଯାଇଛି। ଯେଉଁମାନେ ବାକି ଅଛନ୍ତି ସେମାନଙ୍କୁ ଶୀଘ୍ର ମୁକ୍ତ କରିବା ଏବଂ ପ୍ରତ୍ୟାବର୍ତ୍ତନ କରିବାକୁ ଆମେ ଦାବି କରୁଛୁ। ଏଥିରେ ରୁଷସେନାରେ କାର୍ଯ୍ୟରତ ୧୨ ଜଣ ଭାରତୀୟ ନାଗରିକ ନିହତ ହୋଇଛନ୍ତି।

କିଛିଦିନ ତଳେ ରୁଷ୍-ୟୁକ୍ରେନ ଯୁଦ୍ଧରେ କେରଳର ତ୍ରିଶୂରର ନାଗରିକ ବିନିଲ ବାବୁଙ୍କ ମୃତ୍ୟୁକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ତାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମନ୍ତ୍ରଣାଳୟ ତାଙ୍କ ପରିବାର କୁ ସମବେଦନା ଜଣାଇବା ସହ ଭାରତୀୟ ଦୂତାବାସ ଋଷ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି ଯାହାଦ୍ୱାରା ମୃତ ଭାରତୀୟଙ୍କ ମରଶରୀରକୁ ଯଥାଶୀଘ୍ର ଭାରତ ଅଣାଯିବ ବୋଲି ପ୍ରତିଶ୍ରୁତି ଦେଇଛି । ରୁଷ୍-ୟୁକ୍ରେନ ଯୁଦ୍ଧରେ ୧୨ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ନିଖୋଜ ଅଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe