ବାଂଲାଦେଶ ମସ୍‌ଜିଦ୍‌ରେ ଏକସଙ୍ଗେ ୬ଟି ଏୟାର୍‌ କଣ୍ଡିସନର୍‌ ବିସ୍ଫୋରଣ ଘଟି ୧୨ ମୃତ ଓ ୨୫ ଆହତ

ବାଂଲାଦେଶ ମସ୍‌ଜିଦ୍‌ରେ ଏକସଙ୍ଗେ ୬ଟି ଏୟାର୍‌ କଣ୍ଡିସନର୍‌ ବିସ୍ଫୋରଣ ଘଟି ୧୨ ମୃତ ଓ ୨୫ ଆହତ

Image Courtesy of Siasat Daily

ଢାକା: ବାଂଲାଦେଶର ରାଜଧାନୀ ଢାକା ଉପକଣ୍ଠସ୍ଥିତ ଏକ ମସ୍‌ଜିଦ୍‌ରେ ଏକକାଳୀନ ୬ଟି ଏୟାର୍‌ କଣ୍ଡିସନର୍‌ ବିସ୍ଫୋରଣ ଘଟିବାରୁ ଜଣେ ପିଲା ସମେତ ଅନ୍ୟୂନ ୧୨ଜଣ ଉପାସକଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୨୫ଜଣ ଆହତ ହୋଇଥିବା କଥା ଶନିବାର ଦିନ ଅଗ୍ନିଶମ ଅଧିକାରୀମାନେ କହିଛନ୍ତି। ଗ୍ୟାସ୍‌ ଲିକ୍ କାରଣରୁ ଏସିଗୁଡ଼ିକ ଫାଟିଥିବା ସନ୍ଦେହ କରାଯାଉଛି।

ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ନାରାୟଣଗଞ୍ଜ ନଦୀ ବନ୍ଦର ନଗରରେ ଥିବା ବୈତୁଲ ସଲତ ମସ୍‌ଜିଦ୍‌ରେ ପ୍ରାର୍ଥନା ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିଲା।

publive-image Image Courtesy of United News of India

ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶୁକ୍ରବାର ଦିନ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଥିଲା ବୋଲି ଢାକା ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ର ବର୍ଣ୍ଣ ୟୁନିଟ୍ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ବର୍ଣ୍ଣ ଆଣ୍ଡ୍‌ ପ୍ଲାଷ୍ଟିକ୍ ସର୍ଜରିର ମୁଖ୍ୟ ଡାକ୍ତର ସାମନ୍ତା ଲାଲ୍‌ ସେନ୍‌ କହିଛନ୍ତି। ଆହତ ଅନ୍ୟ ୨୫ଜଣଙ୍କର ଚିକିତ୍ସା ଚାଲିଛି। କିନ୍ତୁ, ସେମାନଙ୍କ ଶରୀର ୯୦% ପୋଡ଼ି ଯାଇଥିବାରୁ ଅତି ସଙ୍କଟଜନକ ଅବସ୍ଥାରେ ଅଛନ୍ତି।

ଅଗ୍ନିଶମ ବିଭାଗ କର୍ମଚାରୀମାନେ କହିଛନ୍ତି ଯେ, ଲିକ୍ ହୋଇଥିବା ପାଇପ୍‌ଲାଇନ୍‌ରୁ ଗ୍ୟାସ୍ ନିର୍ଗତ ହୋଇ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ବିସ୍ଫୋରଣ ଘଟିଥାଇ ପାରେ। ମସ୍‌ଜିଦ୍‌ ତଳେ ଟାଇଟାସ୍‌ ଗ୍ୟାସ୍ ପାଇପ୍‌ଲାଇନ୍ ବିଛାଯାଇଛି। ସେଥିରୁ ଗ୍ୟାସ୍ ଲିକ୍ ହୋଇ ଝରକା ବନ୍ଦ ଥିବା ମସ୍‌ଜିଦ୍‌ ଭିତରେ ଜମିଥିବ। ସେତିକି ବେଳେ କେହି ଫ୍ୟାନ୍ କିଂବା ଏସି ସୁଇଚ୍ ଅନ୍‌ କରିଦେବାରୁ ସ୍ପାର୍କ ହୋଇ ନିଆଁ ଧରିଥିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe