ମହାରାଷ୍ଟ୍ରର ପଞ୍ଚଗଙ୍ଗା ନଦୀରେ ତୀର୍ଥଯାତ୍ରୀ ବସ୍‌ ଖସି ୧୨ ଜଣଙ୍କର ମୃତ୍ୟୁ ଏବଂ ୩ ଜଣ ଆହତ

Advertisment
ମହାରାଷ୍ଟ୍ରର ପଞ୍ଚଗଙ୍ଗା ନଦୀରେ ତୀର୍ଥଯାତ୍ରୀ ବସ୍‌ ଖସି ୧୨ ଜଣଙ୍କର ମୃତ୍ୟୁ ଏବଂ ୩ ଜଣ ଆହତ

ନୂଆଦିଲ୍ଲୀ: ୧୭ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନିବସ୍‌ ମହାରାଷ୍ଟ୍ରର କୋହ୍ଲାପୁର ଠାରେ ଏକ ନଦୀରେ ଖସି ପଡ଼ିବାରୁ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଠିକ୍‌ ସମୟରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଯିବାରୁ ବାକି ୩ ଜଣ ଆହତ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇ ପାରିଛି। ସେମାନଙ୍କୁ କୋହ୍ଲାପୁରସ୍ଥିତ ସରକାରୀ ଡାକ୍ତରଖାନାରେ ଦାଖଲ କରାଯାଇଛି। ପଶ୍ଚିମ ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ଶିବାଜୀ ପୋଲ ଉପରେ ଦୁର୍ଘଟଣା ଘଟିଛି।

ବସ୍‌ରେ ଥିବା ସମସ୍ତ ଯାତ୍ରୀ ଗଣେଶ ପୂଜା ସାରି ଫେରୁଥିଲେ। କୌଣସି କାରଣରୁ ଡ୍ରାଇଭର୍‌ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ପୋଲ ଉପରୁ ପଞ୍ଚଗଙ୍ଗା ନଦୀକୁ ଖସି ପଡ଼ିଥିଲା। ଡ୍ରାଇଭର୍‌ ମଦ୍ୟପାନ କରିଥିଲେ ବୋଲି ଶୁଣିବାକୁ ମିଳୁଛି। ବସ୍‌ରେ ସମୁଦାୟ ୧୭ ଜଣ ଲୋକ ଯାଉଥିଲେ।

କୋହ୍ଲାପୁର ପୁଲିସ କହିବା ଅନୁସାରେ ରାତି ପ୍ରାୟ ୧୧ଟା ୪୫ ମିନିଟ୍‌ରେ ଶିବାଜୀ ପୋଲ ଉପରେ ଦୁର୍ଘଟଣା ଘଟିଥିଲା। ଯାତ୍ରୀମାନଙ୍କୁ ନେଇ କୋଙ୍କଣ ଅଞ୍ଚଳର ଗଣପତ୍ତିପୁଡ଼ୀ ଗାଁ’ରୁ ପୁଣେ ଆଡ଼କୁ ଯାଉଥିବା ବସ୍‌ଟି ପ୍ରାୟ ପୋଲ ଉପରୁ ୪୫ ଫୁଟ୍‌ ତଳେ ପ୍ରବାହିତ ନଦୀକୁ ଖସି ପଡ଼ିଥିଲା। ଯାତ୍ରୀମାନେ ପୁଣେ ଯିବା ବାଟରେ କୋହ୍ଲାପୁରସ୍ଥିତ ମହାଲକ୍ଷ୍ମୀ ମନ୍ଦିର ଦର୍ଶନ କରିବାକୁ ଯୋଜନା କରିଥିଲେ।

ଦୁର୍ଘଟଣାସ୍ଥଳରେ ଥିବା ଜଣେ ବ୍ୟକ୍ତି ବସ୍‌ ନଦୀରେ ଖସି ପଡ଼ିବା କଥା ପୁଲିସକୁ ଜଣାଇଥିଲେ। ତେଣୁ ପୁଲିସ ଓ ଦମକଳ ବାହିନୀ ଘଟନାସ୍ଥଳରେ ପହଞ୍ଚି ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ସହାୟତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe