ହଠାତ ଭୁଶୁଡ଼ି ପଡ଼ିଲା ଲୁଣ କାରଖାନାର କାନ୍ଥ: ୧୨ଜଣଙ୍କ ମୃତ୍ୟୁ, ୨୦ଜଣ ଆହତ

Advertisment
ହଠାତ ଭୁଶୁଡ଼ି ପଡ଼ିଲା ଲୁଣ କାରଖାନାର କାନ୍ଥ: ୧୨ଜଣଙ୍କ ମୃତ୍ୟୁ, ୨୦ଜଣ ଆହତ

indiatoday

ଅହମଦାବାଦ: ବୁଧବାର ଦିନ ମୋର୍ବିର ହଲଭାଦରେ ଥିବା ଲୁଣ କାରଖାନାର କାନ୍ଥ ଭୁଶୁଡ଼ିବା ପରେ ଅତି କମରେ ୧୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହା ସହ ୨୦ ଜଣ ଆହତ ହୋଇଥିବା ବେଳେ ତିନି ଜଣ ଭଙ୍ଗା କାନ୍ଥ ତଳେ ଚାପି ହୋଇପଡ଼ିଥିବା କୁହାଯାଉଛି।

ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରମିକଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇବା ଆହତଙ୍କ ପରିବାରକୁ ୨ଲକ୍ଷ ଏବଂ ମୃତକଙ୍କ ପରିବାକୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।

ମୃତଦେହ ବାହାର କରିବା ସହ ଭଙ୍ଗା କାନ୍ଥ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଜେସିବି ବ୍ୟବହାର କରିଥିଲା। ଅଖା ଭିତରେ ଲୁଣ ଭରିବା ପ୍ରକ୍ରିୟା ଚାଲିଥିବା ବେଳେ ଏହି ଘଟଣା ଘଟିଥିବା ଜିଲ୍ଲାପାଳ କହିଛନ୍ତି। ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୨୦ରୁ ୩୦ ଜଣ ଶ୍ରମିକ କାନ୍ଥ ତଳେ ଚାପି ହୋଇଯାଇଥିଲେ। ଉଦ୍ଧାର କରାଯିବା ବେଳକୁ ସେମାନଙ୍କ ମଧ୍ୟରୁ ୧୨ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ ସୁରକ୍ଷିତ ଉଦ୍ଧାର କରାଯାଇଥିବା ୨୦ଜଣଙ୍କୁ ଏବେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe