ଇରାକ୍‌ରେ ଆମେରିକା ବାଣିଜ୍ୟ ଦୂତାବାସ ଉପରକୁ ୧୨ କ୍ଷେପଣାସ୍ତ୍ର ମାଡ଼

Advertisment
ଇରାକ୍‌ରେ ଆମେରିକା ବାଣିଜ୍ୟ ଦୂତାବାସ ଉପରକୁ ୧୨ କ୍ଷେପଣାସ୍ତ୍ର ମାଡ଼

News Track - News Track Live, NewsTrack

ୱାସିଂଟନ: ଇରାକର ଉତ୍ତର ଇରବିଲରେ ଥିବା ଆମେରିକାର କନସୁଲେଟ (ବାଣିଜ୍ୟ ଦୂତାବାସ) ଉପରକୁ ରବିବାର ୧୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି ବୋଲି ଇରାକର ସୁରକ୍ଷା ଅଧିକାରୀ କହିଛନ୍ତି। ଆମେରିକାର ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ପଡୋଶୀ ଇରାନରୁ ଏହି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି। ଇରାକ ଓ ଆମେରିକାର ଅଧିକାରୀମାନେ କ୍ଷୟକ୍ଷତିର ଅଲଗା ହିସାବ ଦେଇଛନ୍ତି। ଆମେରିକାର ଆଉ ଜଣେ ଅଧିକାରୀ କହିଛନ୍ତି ଯେ ବାଣିଜ୍ୟ ଦୂତାବାସର କୌଣସି କ୍ଷୟକ୍ଷତି ହୋଇନାହିଁ। ଇରାକର ଅଧିକାରୀମାନେ କହିଛନ୍ତି ଯେ ଅନେକ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଦୂତାବାସ କୋଠାଟି ନୂଆ କରି ନିର୍ମିତ ଏବଂ ଏଥିରେ କେହି ରହୁ ନ ଥିଲେ। ଇରାକର ସୁରକ୍ଷା ଅଧିକାରୀ କହିଛନ୍ତି ଯେ ମଧ୍ୟରାତ୍ରର କିଛି ସମୟ ପରେ ଏହି ଘଟଣା ଘଟିଥିଲା। କିନ୍ତୁ ଆହତଙ୍କ ସମ୍ପର୍କରେ କୌଣସି ରିପୋର୍ଟ ନାହିଁ। ଇରାକ ସରକାର ଏବଂ କୁର୍ଦ୍ଦ ଆଞ୍ଚଳିକ ସରକାର ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି। ଆମେରିକା ଏହାକୁ ଇରାକର ସାର୍ବଭୌମତ୍ୱ ଉପରେ ଏକ ଅପମାନଜନକ ଆକ୍ରମଣ କହି ନିନ୍ଦା କରିଛି।

ସୂଚନାଯୋଗ୍ୟ, ସିରିଆର ଦାମାସକସ ନିକଟରେ ଇସ୍ରାଏଲର ମିସାଇଲ ଆକ୍ରମଣ ଦ୍ବାରା ଇରାନର ରିଭଲ୍ୟୁସନାରୀ ଗାର୍ଡର ଦୁଇଜଣ ସଦସ୍ୟଙ୍କ ମୃତ୍ୟୁ ପରେ ଇରାନର ବୈଦେଶିକ ମନ୍ତ୍ରଣାଳୟ ତାହାର ଦୃଢ଼ ନିନ୍ଦା କରିବା ସହ ଏହାର ପ୍ରତିଶୋଧ ନେବାକୁ ଧମକ ଦେଇଥଲା। ତେଣୁ ସେମାନେ ହିଁ ପ୍ରତିଶୋଧ ନେବା ପାଇଁ ଆମେରିକାର ବାଣିଜ୍ୟ ଦୂତାବାସ ଉପରେ ଏହି ଆକ୍ରମଣ କରିଛନ୍ତି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe