epa06838612 Thai rescue workers and park officials rest outside the Tham Luang Nang Non cave, as the authorities search for 12 football players and their coach who have gone missing and are believed to be trapped in Tham Luang Nang Non cave at Mae Sai district, Chiang Rai province, northern Thailand, 25 June 2018. At least 12 members of a youth football team have gone missing and are believed to be trapped in cave of Mae Sai district. All they enter the cave after the players training on 23 June. They may have been cut off by rising flood water in the cave, a tourist service official said. EPA/CHAICHAN CHAIMUN
ବ୍ୟାଙ୍କକ୍: ଉତ୍ତର ଥାଇଲାଣ୍ଡ ଅନ୍ତର୍ଗତ ଚିଆଙ୍ଗ୍ ରାଇ ପ୍ରଦେଶର ଏକ ଗୁମ୍ଫାରେ ଫସିଥିବା ୧୨ ଜଣ ଫୁଟ୍ବଲ୍ ଖେଳାଳିଙ୍କ ଉଦ୍ଧାର ପାଇଁ ଅଷ୍ଟ୍ରେଲିଆ, ଆମେରିକା, ଚୀନ୍ ଓ ବି୍ରଟେନ୍ ଭଳି ରାଷ୍ଟ୍ରର ଗୁମ୍ଫା ବିଶେଷଜ୍ଞମାନେ ଅଣ୍ଟା ଭିଡ଼ିଛନ୍ତି। ବିଭିନ୍ନ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରି ସେମାନେ ଦିନରାତି ଚେଷ୍ଟା କରୁଛନ୍ତି। ତେବେ ଯଦିଓ ସେମାନଙ୍କୁ ଠାବ କରାଯାଇଛି ଓ ସେମାନେ ସୁରକ୍ଷିତ ବୋଲି ସ୍ପଷ୍ଟ କରାଯାଇଛି, କିନ୍ତୁ ସେମାନଙ୍କ ଉଦ୍ଧାର ନେଇ ଏବେଠୁ କିଛି କୁହାଯାଇ ପାରୁନାହିଁ। କିଛି ବିଶେଷଜ୍ଞ ଦର୍ଶାଇଛନ୍ତି ଯେ ଏହି ଖେଳାଳିମାନଙ୍କୁ ଉଦ୍ଧାର କରିବା ମୁସ୍କିଲ୍ ହୋଇପଡ଼ିଛି। ଏଥିପାଇଁ ମାସ ମାସ ସମୟ ଲାଗିପାରେ ବୋଲି ସେମାନେ ଆଶଙ୍କା କରିଛନ୍ତି। ଅଷ୍ଟ୍ରେଲିଆର କେଭ୍ ଡାଇଭର୍ସ ଆସୋସିଏସନ୍ର ରାଷ୍ଟ୍ରୀୟ ନିର୍ଦ୍ଦେଶକ ପିଟର ଓ୍ଵଲ୍ଫ କହିଛନ୍ତି, ଫସିଥିବା ୧୧ ଜଣ ଖେଳାଳି ଓ ତାଙ୍କ କୋଚ୍ ପହଁରା ଜାଣିନାହାନ୍ତି। ତେଣୁ ସେମାନଙ୍କୁ ଉଦ୍ଧାର କରାଯିବା କଷ୍ଟକର ହୋଇପଡ଼ିଛି। ଏହି ଅଭିଯାନ ମାସ ମାସ ଧରି ଚାଲିବା ଆଶଙ୍କା ରହିଛି। ତେବେ ବର୍ତ୍ତମାନ ସବୁଠୁ ଅଧିକ ଜରୁରି ହେଉଛି ସେମାନେ ଯେଉଁ ସ୍ଥାନରେ ଫସିଛନ୍ତି, ସେଠାକାର ବାତାବରଣକୁ ସ୍ଥିର ରଖିବା ଉଚିତ। ବଞ୍ଚିରହିବା ପାଇଁ ସେମାନଙ୍କ ଲାଗି ସମସ୍ତ ବ୍ୟବସ୍ଥା କରାଯିବା ଦରକାର। ପାନୀୟ ଜଳ, ଖାଦ୍ୟ ଏବଂ ଉତ୍ତମ ବାୟୁ ଚଳାଚଳର ବ୍ୟବସ୍ଥା ବି ହେବା ଉଚିତ। ଗୁମ୍ଫା ମଧ୍ୟକୁ ସ୍କୁବା ଟ୍ୟାଙ୍କ୍ ଦ୍ୱାରା ପର୍ଯ୍ୟାପ୍ତ ଅମ୍ଳଜାନ ଛାଡ଼ିବା ଦରକାର।
ସେ କହିଛନ୍ତି, ଏବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ବିଶ୍ୱର ସର୍ବୋତ୍ତମ ଗୁମ୍ଫା ଡାଇଭର୍ଙ୍କୁ ନିୟୋଜିତ କରାଯାଇଛି। ସେମାନେ ଏକ ମିଶନ ରଖି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ଅଷ୍ଟ୍ରେଲିଆର ଗୃହ ମନ୍ତ୍ରୀ ପିଟର ଡଟନ୍ ଓ ପ୍ରତିରକ୍ଷା ମନ୍ତ୍ରୀ ମେରାଇଜ୍ ପେନ୍ କହିଛନ୍ତି, ଆମର ଗୁମ୍ଫା ବିଶେଷଜ୍ଞ ଦଳ ରୟାଲ୍ ଥାଇ ନାଭିକୁ ସମସ୍ତ ସହଯୋଗ ଯୋଗାଇ ଦେଉଛନ୍ତି। ଫସିଥିବା ଫୁଟ୍ବଲ୍ ଖେଳାଳିଙ୍କୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ, ସେଥିପାଇଁ ଯୋଜନା ତିଆରି କରୁଛନ୍ତି। ଅନ୍ୟପକ୍ଷରେ ସେମାନଙ୍କୁ ୪ ମାସର ଖାଦ୍ୟ ଯୋଗାଇବା ସହିତ ସନ୍ତରଣ ତାଲିମ ବି ଦିଆଯିବାକୁ ଯୋଜନା କରାଯାଉଛି।
ଆଉଏକ ରିପୋର୍ଟ ମୁତାବକ ଅଧିକାରୀମାନେ ଗୁମ୍ଫା ମଧ୍ୟରେ ଫୋନ୍ କେବଲ୍ ବିଛାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ଫଳରେ ଖେଳାଳିଙ୍କ ସହିତ ଯୋଗାଯୋଗ କରାଯାଇ ବିଭିନ୍ନ ପରାମର୍ଶ ଦିଆଯାଇ ପାରିବ। ଡାକ୍ତରୀ ଟିମ୍ ମଧ୍ୟ ସେମାନଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। ୧୧ରୁ ୧୬ ବର୍ଷ ବୟସର ଏହି ଫୁଟ୍ବଲ ଖେଳାଳିମାନେ ଓ୍ଵାଇଲ୍ଡ ବୋର୍ ଟିମ୍ର ସଦସ୍ୟ। ଜୁନ୍ ୨୩ରେ ସେମାନେ ଦର୍ଶନୀୟ ସ୍ଥାନ ପାଲଟିଥିବା ଲୁଆଙ୍ଗ ନାଙ୍ଗ ଗୁମ୍ଫା ଦେଖିବାକୁ ଯାଇଥିଲେ। କିନ୍ତୁ ଆଉ ଫେରି ନ ଥିଲେ। ସେମାନେ ଗୁମ୍ଫାର ୪ କିଲୋମିଟର ଭିରତକୁ ପ୍ରବେଶ କରିଥିବା ଜଣାଯାଇଛି।
  
 Follow Us