୧୨ ବରିଷ୍ଠ ଆୟକର ଅଧିକାରୀ ବହିଷ୍କୃତ

Advertisment
୧୨ ବରିଷ୍ଠ ଆୟକର ଅଧିକାରୀ ବହିଷ୍କୃତ

track2realty.track2media.com

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ୧୨ ଜଣ ବରିଷ୍ଠ ଆୟକର ଅଧିକାରୀଙ୍କୁ ଚାକିରିକୁ ବହିଷ୍କାର କରିଛନ୍ତି। ଦୁର୍ନୀତି ଏବଂ ପେସାଦାର ଅସଦାଚରଣ ଅଭିଯୋଗରେ ସେମାନଙ୍କୁ ଚାକିରିରୁ ବିଦା କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ଯୁଗ୍କ କମିସନ ରୢାଙ୍କର ଅଧିକାରୀ ଅଛନ୍ତି। ଏହି ଅଧିକାରୀଙ୍କର ବିବାଦୀୟ ଗଡମ୍ୟାନ ଚନ୍ଦ୍ରସ୍ବାମୀଙ୍କୁ ସହଯୋଗ କରୁଥିବା ଜଣେ ବ୍ୟବସାୟୀଙ୍କ ଠାରୁ ସେ ଅର୍ଥ ନେଉଥିବା ଅଭିଯୋଗ ରହିଛି। ଏତଦବ୍ୟତୀତ ନଏଡାରେ କମିସନର (ଅପିଲ) ପଦବିରେ ଅବସ୍ଥାପିତ ଆଇଆରଏସ ଅଫିସର ମଧ୍ୟ ବହିଷ୍କୃତ ହୋଇଛନ୍ତି। ତାଙ୍କ ବିରୋଧରେ ଦୁଇଜଣ ମହିଳା ଆଇଆରଏସ ଅଫିସର ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେହିଭଳି ନିଜ ନାମରେ ଏବଂ ପରିବାର ସଦସ୍ୟଙ୍କ ନାମରେ ୩.୧୭ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଜଣେ ଆଇଆରଏସ ଅଧିକାରୀଙ୍କୁ ମଧ୍ୟ ସରକାର ବିଦା କରିଛନ୍ତି। ସିବିଆଇର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ନିଲମ୍ବିତ ହୋଇଥିବା ଜଣେ ଆୟକର କମିସନରଙ୍କୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଛି। ସେହିଭଳି ଦୁର୍ନୀତି, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଏବଂ ଲାଞ୍ଚ ମାଗିବା ଅଭିଯୋଗରେ ଅନ୍ୟ ବରିଷ୍ଠ ଆୟକର ଅଧିକାରୀଙ୍କୁ ସରକାର ବହିଷ୍କାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe