India TV News
ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଶକ୍ତ ଝଟ୍କା ଲାଗିଛି। ଶିବସେନାର ୧୫ ରାଜ୍ୟ ମୁଖ୍ୟଙ୍କ ମଧ୍ୟରୁ ୧୨ ଜଣ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତ ରାଜ୍ୟ ମୁଖ୍ୟମାନଙ୍କୁ ସେମାନଙ୍କ ଅଞ୍ଚଳର ବିକାଶ ପାଇଁ ସମସ୍ତ ସମ୍ଭାବ୍ୟ ସହଯୋଗ କରିବେ ବୋଲି କହିଛନ୍ତି।
ଦିଲ୍ଲୀ ଶିବସେନା ମୁଖ୍ୟ ସନ୍ଦୀପ ଚୌଧୁରୀ, ମଣିପୁର ଶିବସେନା ମୁଖ୍ୟ ତୋମ୍ବି ସିଂହ, ମଧ୍ୟପ୍ରଦେଶ ମୁଖ୍ୟ ଥଡ଼େଶ୍ବର ମହାୱର, ଛତିଶଗଡ଼ ମୁଖ୍ୟ ଧନଞ୍ଜୟ ପରିହାର, ଗୁଜରାଟ ମୁଖ୍ୟ ଏସ ଆର ପାଟିଲ, ରାଜସ୍ଥାନ ମୁଖ୍ୟ ଲଖନ ସିଂହ ପାୱାର, ହାଇଦ୍ରାବାଦ ମୁଖ୍ୟ ମୁରାରୀ ଆନ୍ନା, ଗୋଆ ମୁଖ୍ୟ ଜିତେଶ କମତ, କର୍ଣ୍ଣାଟକ ମୁଖ୍ୟ କୁମାର ଏ , ପଶ୍ଚିମବଙ୍ଗ ମୁଖ୍ୟ ଶାନ୍ତି ଦତ୍ତ , ଓଡ଼ିଶା ପ୍ରଭାରୀ ଜ୍ୟୋତିଶ୍ରୀ ପ୍ରସନ୍ନ କୁମାର, ତ୍ରିପୁରା ରାଜ୍ୟ ପ୍ରଭାରୀ ବି.ଡି. ନାଥ ସିନ୍ଦେଙ୍କୁ ସମର୍ଥନ କରିଛନ୍ତି। ଶିବସେନାର ଆଞ୍ଚଳିକ ମୁଖ୍ୟମାନେ ମଧ୍ୟ ସିନ୍ଦେଙ୍କୁ ଭେଟିଛନ୍ତି।
Follow Us