୧୨ ବର୍ଷୀୟା ଖୁସି ବନିଲେ ଜୈନ ମୁନି

Advertisment
୧୨ ବର୍ଷୀୟା ଖୁସି ବନିଲେ ଜୈନ ମୁନି

ସୁରଟ: ଆଜିର ଦୁନିଆରେ ବର୍ତ୍ତମାନର ପିଢ଼ି ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ପସନ୍ଦ କରୁଥିବା ବେଳେ ସୁରଟ ସହରରେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଷଷ୍ଠ ଶ୍ରେଣୀ ପରୀକ୍ଷାରେ ୯୭ ପ୍ରତିଶତ ମାର୍କ ରଖିଥିଲେ ମଧ୍ୟ ୧୨ ବର୍ଷୀୟା ଖୁସି ଶାହ ସାଂସାରିକ ଜୀବନ ତ୍ୟାଗ କରି ଜୈନ ମୁନି ଭାବେ ସରଳ ଜୀବନ ବିତାଇବା ପାଇଁ ଦୀକ୍ଷା ନେଇଛନ୍ତି।
ଦୀକ୍ଷା ନେଇଥିବା ଖୁସି କହନ୍ତି, ‘ଆମେ ଯେଉଁ ସୁଖ ଭୋଗ କରୁଛେ ତାହା ସ୍ଥାୟୀ ନୁହେଁ। କାରଣ ବିଶ୍ୱବ୍ରହ୍ମାଣ୍ଡ ଅସ୍ଥାୟୀ। ତେଣୁ ସରଳ ଜୀବନ ବିତାଇବା ହେଉଛି ଶାନ୍ତି ଏବଂ ମୋକ୍ଷର ଏକ ମାତ୍ର ମାର୍ଗ’। ତେବେ ଖୁସିଙ୍କ ପୂର୍ବରୁ ତାଙ୍କ ପରିବାର ଅନ୍ୟ ୪ ଜଣ ସଦସ୍ୟ ମଧ୍ୟ ଏହି ମାର୍ଗ ଆପଣାଇସାରିଛନ୍ତି। ଜୈନଙ୍କ ବିଶ୍ୱାସ ଅନୁଯାୟୀ ୮ ବର୍ଷ ବୟସରେ ସାଂସାରିକ ଜୀବନ ତ୍ୟାଗ କରାଯାଇଥାଏ। ତେବେ ସେ ୧୨ ବର୍ଷ ବୟସରେ ଦୀକ୍ଷା ନେଇଛନ୍ତି ବୋଲି ଖୁସି କହିଛନ୍ତି। ଖୁସିଙ୍କ ପିତା ବିନୀତ ଶାହ ସରକାରୀ କର୍ମଚାରୀ ହୋଇଥିବା ବେଳେ ସେ ତାଙ୍କର ଝିଅର ନିଷ୍ପତ୍ତିକୁ ନେଇ ଗର୍ବିତ ବୋଲି କହିଛନ୍ତି। କିଶୋରୀ ବୟସରେ ଖୁସି ଏଭଳି ଜ୍ଞାନ ପାଇବା ସାଧାରଣ କଥା ନୁହଁ। ଖୁସି ଜୈନ ମୁନି ଭାବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଆଲୋକିତ କରିବେ ବୋଲି ବିନୀତ ଆଶା ପ୍ରକାଶ କରିଛନ୍ତି। ଖୁସିଙ୍କ ମା’ ତାଙ୍କୁ ଡାକ୍ତର ଭାବେ ଦେଖିବାକୁ ଚାହୁଥିଲେ ମଧ୍ୟ ଝିଅର ଇଛା ପୁରାଣ ହେଉଥିବାରୁ ସେ ଏଥିରେ ସମ୍ମତି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe