ଅମାନବୀୟ !! ଅର୍ଦ୍ଧନଗ୍ନ ହୋଇ ରକ୍ତାକ୍ତ ଅବସ୍ଥାରେ ବୁଲିବୁଲି ସାହାଯ୍ୟ ମାଗୁଥିଲେ ନାବାଳିକା ଦୁଷ୍କର୍ମପୀଡ଼ିତା, ମୁହାଁ ବୁଲାଇ ଚାଲି ଯାଉଥିଲେ ଲୋକେ

Advertisment

ନାବାଳିକା ଦୁଷ୍କର୍ମପୀଡିତାଙ୍କୁ ରକ୍ତଦାନ କଲା ପୁଲିସ

ନାବାଳିକା ଦୁଷ୍କର୍ମପୀଡିତାଙ୍କୁ ରକ୍ତଦାନ କଲା ପୁଲିସ

ଅମାନବୀୟ !! ଅର୍ଦ୍ଧନଗ୍ନ ହୋଇ ରକ୍ତାକ୍ତ ଅବସ୍ଥାରେ ବୁଲିବୁଲି ସାହାଯ୍ୟ ମାଗୁଥିଲେ ନାବାଳିକା ଦୁଷ୍କର୍ମପୀଡ଼ିତା, ମୁହାଁ ବୁଲାଇ ଚାଲି ଯାଉଥିଲେ ଲୋକେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୈନରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏହି ଲୋମଟାଙ୍କୁରା ଘଟଣାର ଦୃଶ୍ୟ ସିସିଟିଭିରେ ବି କୈଦ ହୋଇଥିଲା। ଏହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଓ ସ୍ତବ୍ଧ ହୋଇଯାଇଛନ୍ତି। କେବଳ ସେତିକି ନୁହେଁ, ଏହି ଘଟଣାରେ ସାଧାରଣ ଜନତାଙ୍କ ଆଚରଣ ଥିଲା ‌ଅମାନବୀୟ ତଥା ଲଜ୍ଜାଜନକ।

ସିସିଟିଭିରେ କୈଦ ହୋଇଥିବା ୧ ମିନିଟ ୭ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳୁଛି, ୧୨ବର୍ଷର ଜଣେ ବାଳିକା ରକ୍ତାକ୍ତ ଅବସ୍ଥାରେ ଅର୍ଦ୍ଧନଗ୍ନ ହୋଇ ରାସ୍ତାରେ ଏଣେ‌‌ତେଣେ ବୁଲୁଛନ୍ତି। ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଲୋକଙ୍କୁ ସାହାଯ୍ୟ ମାଗୁଛନ୍ତି। କିନ୍ତୁ ନାବ‌ାଳିକାଙ୍କୁ କେହି ହେଲେ ସାହାଯ୍ୟ କରୁନାହାନ୍ତି, ଓଲଟି ମୁହଁ ବୁଲାଇ ଚାଲିଯାଉଛନ୍ତି।

ଏହି ଘଟଣାକୁ ନେଇ ସ୍ଥାନୀୟ ଏସ୍‌ପି ସଚିନ ଶର୍ମା କହିଛନ୍ତି, ଜଣେ ନାବାଳିକା ରକ୍ତାକ୍ତ ହୋଇ ରାସ୍ତାରେ ବୁଲୁଥିଲେ। ଆଉ ଲୋକଙ୍କୁ ସାହାଯ୍ୟ ମାଗୁଥିଲେ। ଆମକୁ ଏହି ଘଟଣା ବିଷୟରେ ଖବର ମିଳିବା ପରେ ପୁଲିସ ଟିମ ଘଟଣାସ୍ଥଳରେ ଯାଇ ପହଞ୍ଚିଲା। ଘଟଣାସ୍ଥଳରୁ ନାବାଳିକାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲୁ। ଚିକିତ୍ସା ପରେ ଡାକ୍ତର ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ରିପୋର୍ଟ ଦେଇଥିଲେ।

ଅଧିକ ରକ୍ତସ୍ରାବ ହୋଇ ନାବାଳିକାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିବାରୁ ତାଙ୍କୁ ରକ୍ତ ଆବଶ୍ୟକ ବୋଲି ଡାକ୍ତର କହିଥିଲେ। ଏହାପରେ ଦୁଷ୍କର୍ମପୀଡିତାଙ୍କୁ ଯେଉଁ ଗ୍ରୁପର ରକ୍ତ ଆବଶ୍ୟକ ସେହି ଗ୍ରୁପ ରକ୍ତ ଥିବା ପୁଲିସ କର୍ମଚାରୀ ରକ୍ତଦାନ ବି କରିଥିଲେ। ଏଥିସହିତ ପୀଡ଼ିତା ଯେଉଁ ଭାଷାରେ କଥା ହେଉଛନ୍ତି ସେଥିରୁ ଅନୁମାନ କରାଯାଉଛି କି ସେ ଉତ୍ତରପ୍ରଦେଶର ପ୍ରୟାଗରାଜର ବାସିନ୍ଦା ହୋଇଥ‌ାଇ ପାରନ୍ତି। କିନ୍ତୁ ମାନସିକ ଆଘାତପ୍ରାପ୍ତ ହୋଇଥିବାରୁ ସେ କିଛି ସ୍ପଷ୍ଟ ଭାବେ କହି ପାରୁ ନାହାନ୍ତି।

ତେବେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବା ଆଖପାଖ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜରୁ ଯାଞ୍ଚ କରାଯାଉଛି। ଏହାଦ୍ବାରା ନାବାଳିକାଙ୍କ ଏପରି ଅବସ୍ଥା କିଏ କରିଲା ସେ ବିଷୟରେ ଜଣାପଡ଼ିବ। ଏଥିପାଇଁ ଏକ ସ୍ବତନ୍ତ୍ର ପୁଲିସ୍ ଟିମ୍ ବି ଗଠନ କରାଯାଇଛି। ଏଥିସହିତ ନାବାଳିକା ଜଣକ ସୁସ୍ଥ ହେଲେ ଯାଇ ତାଙ୍କ ବୟାନ ରେକର୍ଡ କରାଯିବ। ଏଥିରୁ ବି କିଛି ପ୍ରମାଣ ମିଳିବ ବୋଲି ଆଶା ରଖାଯାଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe