ଲକ୍‌ଡାଉନ୍‌: ୧୫୦ କିମି ବାଟ ଚାଲିବା ପରେ ନିଜ ଗାଁରୁ ମାତ୍ର ୧୪ କିଲୋମିଟର ଦୂରରେ ବାଳକଙ୍କ ପ୍ର‌ାଣ ଗଲା

Advertisment
ଲକ୍‌ଡାଉନ୍‌: ୧୫୦ କିମି ବାଟ ଚାଲିବା ପରେ ନିଜ ଗାଁରୁ ମାତ୍ର ୧୪ କିଲୋମିଟର ଦୂରରେ ବାଳକଙ୍କ ପ୍ର‌ାଣ ଗଲା

ndtv

ବିଳାସପୁର: ଛତିଶଗଡ଼ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। କରୋନା ଭାଇରସ୍‌ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ପାଇଁ ପୂର୍ବରୁ ବି ଅନେକ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜାଣିବାକୁ ମିଳିଛି ଯେ ଜଣେ ୧୨ ବର୍ଷିଅ ବାଳକ ନିଜ ଘର ବିଳାସପୁରରେ ପହଞ୍ଚିବା ପାଇଁ ତେଲେଙ୍ଗାନାରୁ ବାହାରି ୧୫୦ କିଲୋମିଟର ରାସ୍ତା ଚାଲିବା ପରେ ଶେଷରେ ପ୍ରାଣ ହରାଇଛି।

ଏହି ବାଳକଟିର ନାମ ଜାମ୍‌ଲୋ ମକ୍‌ଦମ। ସେ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ତେଲେଙ୍ଗାନାରେ କାମ କରୁଥିଲା। ବାଳକଟି ଏତେ ବାଟ ଅତିକ୍ରମ କରି ଆସିବା ପରେ ନିଜ ଘରେ ପହଞ୍ଚିବାର ମାତ୍ର କିଛି ସମୟ ପୂର୍ବରୁ ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି। ତେଲେଙ୍ଗାନାରେ କାମ କରୁଥିବା ତାଙ୍କ ଗ୍ରାମର ୮ ଜଣ ମହିଳା ଓ ଅନ୍ୟ ୩ ଜଣ ଶିଶୁଙ୍କ ସହ ମିଶି ସେ ନିଜ ଘରକୁ ଏପ୍ରିଲ୍‌ ୧୫ ତାରିଖରୁ ବାହାରିଥିଲା ।

ସୂଚନା ରହିଛି ଯେ ଜାମ୍‌ଲୋ ନିଜ ଘରେ ପହଞ୍ଚିବାକୁ ଆଉ ମାତ୍ର ୧୪ କିଲୋମିଟର ବାଟ ଥାଏ। ସେ ଖାଇ ସାରିବା ପରେ ତାଙ୍କ ପେଟ ଯନ୍ତ୍ରଣା ଆରମ୍ଭ ହୋଇଗଲା। ଏହାପରେ ତାର ମୃତ୍ୟୁ ହୋଇଗଲା।  ଶେଷରେ ତାଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ତାଙ୍କ ଘରକୁ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe