ଗୃହ ମନ୍ତ୍ରାଳୟର ଯାଞ୍ଚ ପରିସରରେ ୧୨୦୦ ଆଇପିଏସ୍‌

Advertisment
ଧାର୍ଯ୍ୟ ହେଲା ଆଠସୂତ୍ରୀ ମାନଦଣ୍ଡ, ପାଠ ପଢ଼ିବେ ପୁଲିସ ଅଧିକାରୀ

ନୂଆଦିଲ୍ଲୀ: ପାଖାପାଖି ୧୨୦୦ ଭାରତୀୟ ପୁଲିସ୍‌ ସେବା ( ଆଇପିଏସ୍‌) ଅଧିକାରୀଙ୍କ ଖରାପ ପ୍ରଦର୍ଶନ ବା ଅପାରଗତାକୁ ଯାଞ୍ଚ କରୁଛି ଗୃହ ମନ୍ତ୍ରାଳୟ। ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ତିନି ବର୍ଷରେ ୧୧୮୧ ଜଣ ଆଇପିଏସ୍‌ ଅଧିକାରୀଙ୍କ ସର୍ଭିସ୍‌ ରେକର୍ଡକୁ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ଏମାନଙ୍କ ସଂଖ୍ୟା ବଢିପାରେ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ମୋଟ ୧୧୮୧ ଜଣ ଆଇପିଏସ୍‌ଙ୍କ ମଧ୍ୟରୁ ୧୦ ଜଣଙ୍କୁ ସମୟ ଆଗରୁ ଅବସର ନେବା ପାଇଁ ସୁପାରିସ କରାଯାଇଛି। ତେବେ ଉକ୍ତ ଅଧିକାରୀମାନଙ୍କ ନାମ ପ୍ରକାଶ କରାଯାଇନାହିଁ। ସୂଚନା ଥାଉକି, ୪୯୪୦ ଆଇପିଏସ୍‌ ପଦ ପାଇଁ ସ୍ୱୀକୃତି ଥିବା ବେଳେ ଦେଶରେ ବର୍ତ୍ତମାନ ୩୯୭୨ ଜଣ ଅଧିକାରୀ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷେ, ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ର ୧୧୪୩ ଅଧିକାରୀଙ୍କ ସର୍ଭିସ୍‌ ରେକର୍ଡ ମଧ୍ୟ ଯାଞ୍ଚ କରାଯାଇଛି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ସମୟ ଆଗରୁ ଅବସର ପାଇଁ ସୁପାରିସ କରାଯାଇଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe