ଜବରଦଖଲ ଉଚ୍ଛେଦ ପରେ ମରାମତି ହେବ ପାକିସ୍ତାନରେ ଥିବା ୧୨୦୦ ବର୍ଷର ପ୍ରାଚୀନ ହିନ୍ଦୁ ମନ୍ଦିର

ଜବରଦଖଲ ଉଚ୍ଛେଦ ପରେ ମରାମତି ହେବ ପାକିସ୍ତାନରେ ଥିବା ୧୨୦୦ ବର୍ଷର ପ୍ରାଚୀନ ହିନ୍ଦୁ ମନ୍ଦିର

Image Courtesy of India Today

ଲାହୋର୍‌: ପାକିସ୍ତାନର ଲାହୋର ନଗରୀରେ ଥିବା ଗୋଟାଏ ହିନ୍ଦୁ ମନ୍ଦିରରୁ ଜବରଦଖଲ ଉଚ୍ଛେଦ କରାଯାଇ ତା’ର ମରାମତି କରାଯିବ ବୋଲି ସଂଖ୍ୟାଲଘୁମାନଙ୍କର ଉପାସନାସ୍ଥଳୀଗୁଡ଼ିକର ତତ୍ତ୍ବାବଧାନ କରୁଥିବା ସରକାରୀ କର୍ତ୍ତୃପକ୍ଷନେଇ ଗଠିତ କମିଟି ବୁଧବାର ଦିନ କହିଛି। ଏଥିପାଇଁ ଅଦାଲତରେ ଦୀର୍ଘ ଦିନ ଧରି ଚାଲିଥିବା ମାମଲାର ଅବସାନ ଘଟିଛି।

ଲାହୋରର ପ୍ରସିଦ୍ଧ ଅନାରକଲି ବଜାରରେ ଅବସ୍ଥିତ ବାଲ୍ମିକୀ ମନ୍ଦିରକୁ ‘ଦି ଇଭାକ୍ବି ଟ୍ରଷ୍ଟ୍‌ ପ୍ରପର୍ଟି ବୋର୍ଡ’ (ଇଟିପିବି) ଗତ ମାସରେ ଏକ ଖ୍ରୀଷ୍ଟିଆନ୍‌ ପରିବାର ଦଖଲରୁ ଉଦ୍ଧାର କରିଛି।

ଉଲ୍ଲେଖଯୋଗ୍ୟ, କୃଷ୍ଣ ମନ୍ଦିର ଛଡ଼ା, ଲାହୋରରେ ପୂଜାର୍ଚ୍ଚନା ହେଉଥିବା ଏକମାତ୍ର ମନ୍ଦିର ହେଉଛି ବାଲ୍ମିକୀ ମନ୍ଦିର।

publive-image Image Courtesy of India Posts English

ହିନ୍ଦୁ ଧର୍ମକୁ ଦୀକ୍ଷିତ ହୋଇଛନ୍ତି ବୋଲି କହୁଥିବା ଉକ୍ତ ଖ୍ରୀଷ୍ଟିଆନ୍‌ ପରିବାର ଗତ ଦୁଇ ଦଶନ୍ଧି ହେବ କେବଳ ବାଲ୍ମିକୀ ବର୍ଣ୍ଣର (ଜାତି) ହିନ୍ଦୁମାନଙ୍କୁ ଉକ୍ତ ମନ୍ଦିରକୁ ପୂଜାର୍ଚ୍ଚନା ନିମନ୍ତେ ଛାଡୁଥିଲେ।

ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ ‘ଇଟିପିବି’ର ମୁଖପାତ୍ର ଅମିର୍‌ ହାଶ୍‌ମି କହିଛନ୍ତି ଯେ, ‘ମାଷ୍ଟର୍‌ ପ୍ଲାନ୍‌’ ଅନୁସାରେ ଅବିଳମ୍ବେ ବାଲ୍ମିକୀ ମନ୍ଦିରର ପୁନଃରୁଦ୍ଧାର କରାଯିବ। ଆଜି ଶତାଧିକ ହିନ୍ଦୁ, କେତେକ ଶିଖ ଏବଂ ଖ୍ରୀଷ୍ଟିଆନ୍‌ ନେତା ବାଲ୍ମିକୀ ମନ୍ଦିରରେ ଏକତ୍ର ହୋଇଥିଲେ। ଦଖଲକାରୀଙ୍କ କବଳରୁ ମୁକ୍ତ କରାଯିବା ପରେ ଆଜି ପ୍ରଥମ ଥର ପାଇଁ ଉକ୍ତ ମନ୍ଦିରରେ ଆଜି ହିନ୍ଦୁମାନେ ପୂଜାର୍ଚ୍ଚନା କରି ପ୍ରସାଦ ସେବନ କରିଥିଲେ।

ସମ୍ବାଦପତ୍ର ‘ଡନ୍‌’କୁ ‘ଇଟିପିବି’ ଅଧିକାରୀ କହିଛନ୍ତି, ରାଜସ୍ବ ରେକର୍ଡରେ ମନ୍ଦିରର ଜମି ‘ଇଟିପିବି’କୁ ଟ୍ରାନ୍‌ସ୍‌ଫର କରାଯାଇଥିଲା। କିନ୍ତୁ, ଜମିର ମାଲିକ ବୋଲି ଦାବି କରି ଉକ୍ତ ଖ୍ରୀଷ୍ଟିଆନ୍‌ ପରିବାର ୨୦୧୦-୨୦୧୧ରେ ସିଭିଲ୍‌ କୋର୍ଟରେ ମାମଲା ରୁଜୁ କରିଥି‌ଲା। କିନ୍ତୁ, ଅବଶେଷରେ ତାଙ୍କ ଦାବି ମିଥ୍ୟା ବୋଲି ଅଦାଲତ ରାୟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe