ତାମିଲନାଡ଼ୁରେ ୧୨୧ ଶିଶୁ କରୋନା ଆକ୍ରାନ୍ତ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୦୦ ଟପିଲା

Advertisment
ବିପଦ ବଢ଼ାଉଛି ପଶ୍ଚିମବଙ୍ଗ : ଆଉ ୭ ପଜିଟିଭ୍ ଚିହ୍ନଟ, ସଂକ୍ରମିତ ଜିଲ୍ଲାରେ ସାମିଲ ହେଲା କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼

image source--long island press

ଚେନ୍ନାଇ : ତାମିଲନାଡ଼ୁରେ ୧୨୧ ଜଣ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି। ତାମିଲନାଡ଼ୁ ସ୍ବାସ୍ଥ୍ୟ ବିଭାଗଭ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ୧୨ ବର୍ଷରୁ କମ୍‌ ୧୨୧ ଜଣ ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିସହ ତାମିଲନାଡ଼ୁରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୫୮ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୧୩୯୨ ପୁରୁଷ ଥିବାବେଳେ ୬୬୬ ଜଣ ମହିଳା ଅଛନ୍ତି। ଚେନ୍ନାଇରେ ଗତ ୨୪ ଘଣ୍ଟା‌ ମଧ୍ୟରେ ୧୦୩ ନୂଆ ମାମଲା ରିପୋର୍ଟ କରାଯାଇଛି ଏବଂ ଏଥିସହ ଚେନ୍ନାଇରେ ଆକ୍ରାନ୍ତ ସଂଖ୍ୟା ୬୭୩ରେ ପହଞ୍ଚିଛି। ତାମିଲନାଡ଼ୁରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୫ରେ ପହଞ୍ଚିଛି। ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାକୁ ଗ୍ରୀନ୍‌ ଅରେଞ୍ଜ ଏବଂ ରେଡ୍‌ ଜୋନ୍‌ରେ ବିଭକ୍ତ କରିଛନ୍ତି। ରାଜ୍ୟରେ କେବଳ ଗୋଟିଏ ଜିଲ୍ଲା କ୍ରୀଷ୍ଣାଗିରି ଏବେ ଗ୍ରିନ୍‌ ଜୋନ୍‌ରେ ଅଛି। ୭ଟି ଜିଲ୍ଲା ଅରେଞ୍ଜ ଜୋନ୍‌ରେ ଅଛି ଏବଂ ୨୯ଟି ଜିଲ୍ଲା ରେଡ୍‌ ଜୋନ୍‌ରେ ଅଛି। ତାମିଲନାଡ଼ୁରେ ଏଯାବତ୍‌ ୧ ଲକ୍ଷ ୧୮୭୪ ନମୁନା ପରୀକ୍ଷା କରାଯାଇଛି। ୩୦ ଟି ସରକାରୀ ଏବଂ ୧୧ଟି ଘରୋଇ ଲ୍ୟାବ୍‌ରେ ନମୁନା ପରୀକ୍ଷା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe