ଅଧସ୍ତନ ନ୍ୟାୟ‌ାଳୟରେ ୧୨୨ ବିଚାରପତି ପଦ ଖାଲିପଡ଼ିଛି

Advertisment
ଠକସଂସ୍ଥା ‘ଶସ୍ତ୍ର’ର ସିଏମ୍‌ଡି, ଏମ୍‌ଡି ଓ ୨ କର୍ମଚାରୀଙ୍କୁ ଜେଲ ଦଣ୍ଡାଦେଶ

photo-oneindia

ନୂଆଦିଲ୍ଲୀ : ଓଡ଼ିଶାରେ ଅଧସ୍ତନ ନ୍ୟାୟ‌ାଳୟ ମାନଙ୍କରେ ବିଚାରପତି ମାନଙ୍କ ସମୁଦାୟ ୧୨୨ ପଦ ଖାଲି ପଡ଼ିଛି। ସେଥିମଧ୍ୟରୁ ଜିଲ୍ଲା ଜଜ୍ ମାନଙ୍କ ୨୧୦ଟି ପଦରୁ ୨୩ଟି, ସିଭିଲ୍ ଜଜ୍ (ବରିଷ୍ଠ) ୨୫୪ଟି ରୁ ୪୫ଟି ଓ ସିଭିଲ୍ ଜଜ୍ (କନିଷ୍ଠ) ୪୩୫ ରୁ ୬୧ ପଦ ଖାଲିପଡ଼ିଛି।

ସୁପ୍ରିମକୋର୍ଟ ଦେଶର ଅଧସ୍ତନ ନ୍ୟାୟାଳୟ ମାନଙ୍କରେ ଖାଲି ପଡ଼ିରହିଥିବା ପଦ ଓ ଭିତ୍ତିଭୂମି ପ୍ରତିଷ୍ଠା ମାମଲାରେ ରିପୋର୍ଟ ଦେବା ଲାଗି କୋର୍ଟ ନିଯୁକ୍ତ କରିଥିବା ଆମିକସ କ୍ୟୁରି ବିଜୟ ହାଂସାରିଆଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ରିପୋର୍ଟରେ ଓଡ଼ିଶାରେ ଖାଲି ପଡ଼ିଥିବା ଅଧସ୍ତନ ନ୍ୟାୟାଳୟ ମାନଙ୍କରେ ବିଚାରପତିଙ୍କ ସଂଖ୍ୟା ସମ୍ପର୍କଗରେ ଏହି ତଥ୍ୟ ଉଲ୍ଲେଖ କରିଛନ୍ତି। ଆମିକସ କ୍ୟୁରି ବିଜୟ ହାଂସାରିଆ ଓଡ଼ିଶା ହାଇକୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ରିପୋର୍ଟରେ ଓଡ଼ିଶାର ଅଧସ୍ତନ ନ୍ୟାୟଳୟ ମାନଙ୍କରେ କୋର୍ଟ ହଲ୍, ବିଚାରପତି ଓ କର୍ମଚାରୀମାନଙ୍କ ପାଇଁ ଆବାସିକ ୟୁନିଟ ଗୁଡ଼ିକ ନିର୍ମାଣରେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅନ୍ତର୍ଗତ ପାଣ୍ଠି ମିଳିପାରୁନଥିବାରୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଛି ବୋଲି ଉଲ୍ଲେଖ ଅଛି। ରିପୋର୍ଟରେ ଓଡ଼ିଶାରେ ୨୬୪ କୋର୍ଟରୁମ ଓ ୪୪୮ ଆବାସିକ ୟୁନିଟର ନିର୍ମାଣରେ ବିଳମ୍ବ ହୋଇଥିବାର ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ ୩୧ଟି କୋର୍ଟରୁମ୍ ଗୁଡିକର ଅକ୍ଟୋବର ୩୧,୨୦୧୯ ସୁଦ୍ଧା ନିର୍ମାଣ ଶେଷ ହୋଇଛି। ବଳକା କୋର୍ଟ ରୁମ୍ ଗୁଡ଼ିକର ନିର୍ମାଣ କାର୍ଯ୍ୟ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ପାଣ୍ଠି ଉପଲବ୍ଧ ହୋଇପାରୁନଥିବାରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନାହିଁ। ୨୭୨ଟି ଅତିରିକ୍ତ କୋର୍ଟ ହଲ୍ ଆବଶ୍ୟକତାରୁ ୨୩ଟି ଅକ୍ଟୋବର ୩୧, ୨୦୧୯ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁରହାଯାଇଥିବାର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଡିସେମ୍ବର ୩୧, ୨୦୧୯ ସୁଦ୍ଧା ରାଜ୍ୟରେ ୫୨ଟି କୋର୍ଟ ହଲ୍ ନିର୍ମାଣ କାରଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୨୦୧୮-୧୯ ଓ ୨୦୧୯-୨୦ରେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅନ୍ତର୍ଗତ ପାଣ୍ଠି ମିଳିନଥିବାରୁ ୩୮ଟି କୋର୍ଟ ହଲ୍ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଛି। ଅପରପକ୍ଷେ ୧୪ଟି କୋର୍ଟ ହଲ୍ ଗୁଡ଼ିକର କାର୍ଯ୍ୟ ରାଜ୍ୟ ସେକ୍ଟର ଯୋଜନା ଅନ୍ତର୍ଗତ ନିର୍ମାଣ ଶେଷ କରାଯାଇଛି। ଏତଦ୍ ବ୍ୟତୀତ ରାଜ୍ୟରେ ଜୁଡ଼ିସିଆଲ ଅଫିସର ମାନଙ୍କ ପାଇଁ ଫେୟାର ରେଣ୍ଟ ସାର୍ଟିଫିକେଟ୍ ଅନ୍ତର୍ଗତ ଘର ଭଡ଼ା ପ୍ରଦାନ କରାଯାଉଥିବା ନେଇ ରାଜ୍ୟ ସରକାରଙ୍କ ଦ୍ବାରା ଗେଜେଟ୍ ନୋଟିଫିକେସନ୍ ପ୍ରକାଶ କରାଯାଇଥିବାର ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe