ହ‌ରେକୃଷ୍ଣ ମହତାବ ଥିଲେ ଓଡ଼ିଶା ନେତୃତ୍ବର ପରିଚୟ: ଧର୍ମେନ୍ଦ୍ର

Advertisment

ଦିଲ୍ଲୀରେ ମହତାବଙ୍କ ୧୨୩ତମ ଜୟନ୍ତୀ

ଦିଲ୍ଲୀରେ ମହତାବଙ୍କ ୧୨୩ତମ ଜୟନ୍ତୀ

ବିଜେଡିକୁ ୨୫ ବର୍ଷ ଦେଲେ ଏବେ ବିଜେପିକୁ ସୁଯୋଗ ଦିଅନ୍ତୁ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ନବଉତ୍କଳର ନିର୍ମାତା ଓ ପ୍ରଖର ରାଷ୍ଟ୍ରବାଦୀ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ଥିଲେ ଓଡ଼ିଶା ନେତୃତ୍ବର ପରିଚୟ ଓ ଗୌରବ। ଦେଶ ସ୍ବାଧୀନତାର ୭୫ ବର୍ଷର ଯାତ୍ରା ପୂରଣ କରିବା ବେଳେ ଆଜି ତାଙ୍କ ଜୟନ୍ତୀ ଅଧିକ ପ୍ରାସଙ୍ଗିକତା ରଖୁଛି। ସ୍ବାଧୀନତାର ପୂର୍ବ ଓ ପର ଓଡ଼ିଶାକୁ ଅଧିକ ପରିଚିତ କରିଥିବା ତଥା ଓଡ଼ିଆ ଜାତୀୟତାବାଦକୁ ରାଷ୍ଟ୍ରୀୟ ସ୍ରୋତରେ ଆଗକୁ ନେବାରେ ଡ. ମହତାବଙ୍କ ନେତୃତ୍ବ ଓ ଭୂମିକା ଅତୁଳନୀୟ। ଆଜି ନୂଆଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ୍‌ କ୍ଲବରେ ‘ଇଣ୍ଟେଲେକ୍ଟ ସଂଗଠନ’ ପକ୍ଷରୁ ଆୟୋଜିତ ଡ. ମହତାବଙ୍କ ୧୨୩ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ଅମରେନ୍ଦ୍ର ଖଟୁଆ, ପୂର୍ବତନ କେନ୍ଦ୍ର ଶିକ୍ଷା ସଚିବ ଅରୁଣ କୁମାର ରଥ, ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ ଏବଂ ଇଣ୍ଟେଲେକ୍ଟ ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତ ଡ. ମହତାବଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଅଲୋକପାତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe