ନୂଆଦିଲ୍ଲୀ: କରୋନା ଭାଇରସ୍ ଏବେ ୨୭ଟି ୟୁରୋପୀୟ ରାଷ୍ଟ୍ରକୁ ବ୍ୟାପିଛି। ଚୀନ୍ ପରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଡବ୍ଲ୍ୟୁଏଚ୍ଓ (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ) ଏବେ ୟୁରୋପ୍କୁ ବିଶ୍ବ ମହାମାରୀର କେନ୍ଦ୍ରସ୍ଥଳ ବୋଲି କହିଛି। ଚୀନ୍ ପରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ କରୋନା ଯୋଗୁଁ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଡବ୍ଲ୍ୟୁଏଚ୍ଓ ପକ୍ଷରୁ ୟୁରୋପ୍କୁ ଚେତାବନୀ ଦେଇ କୁହାଯାଇଛି ଯେ ଏହି ଭୟାନକ ସ୍ଥିତିକୁ ଅଧିକ ସମୟ ରହିବାକୁ ଦିଆଯିବା ଉଚିତ ନୁହେଁ। ଏହା ଆହୁରି ଅଧିକ ବିପର୍ଯ୍ୟୟ ସୃଷ୍ଟି କରିବା ପୂର୍ବରୁ ଏହାକୁ ରୋକିବାକୁ ହେବ ବୋଲି ଡବ୍ଲୁଏଚ୍ଓ କହିଛି। ତୁରନ୍ତ ମୁକାବିଲା ଦିଗରେ କାର୍ଯ୍ୟ କରିବାପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗୁରୁତ୍ବାରୋପ କରିଛି। ୟୁରୋପୀୟ ରାଷ୍ଟ୍ର ଇଟାଲି କରୋନା ଭାଇରସ୍ ଯୋଗୁଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଇଟାଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨୬୬କୁ ବୃଦ୍ଧି ପାଇଛି ଏବଂ ଏଠାରେ ୧୭,୬୬୦ରୁ ଅଧିକ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ସେହିପରି ସ୍ପେନ୍ରେ ବି କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୬କୁ ବୃଦ୍ଧି ପାଇଛି। ସ୍ପେନ୍ରେ ଗୋଟିଏ ଦିନରେ ୧୫୦୦ ଜଣ କରୋନା ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ସ୍ପେନ୍ ଆଜିଠାରୁ ୨ ସପ୍ତାହ ପର୍ଯ୍ୟନ୍ତ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରିଛି। କାଟଲୋନିଆରେ ୪ ପ୍ରମୁଖ ସହର ବନ୍ଦ ରହିଛି। ଫ୍ରାନ୍ସରେ ବି କରୋନା ଜନିତ ମୃତ୍ୟୁସଂଖ୍ୟା ୭୯କୁ ବୃଦ୍ଧି ପାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us