ଜମ୍ମୁ- କଶ୍ମୀର ମସଜିଦ ଭିତରେ ‘ଦେଶ ବିରୋଧୀ ସ୍ଲୋଗାନ’ ଦେଇ ଦେଶଦ୍ରୋହ ଅଭିଯୋଗରେ ୧୩ ଗିରଫ

Advertisment
ଜମ୍ମୁ- କଶ୍ମୀର ମସଜିଦ ଭିତରେ ‘ଦେଶ ବିରୋଧୀ ସ୍ଲୋଗାନ’ ଦେଇ ଦେଶଦ୍ରୋହ ଅଭିଯୋଗରେ ୧୩ ଗିରଫ

Image Courtesy: Scroll

ଶ୍ରୀନଗର: ଶ୍ରୀନଗରର ପ୍ରସିଦ୍ଧ ଜାମିଆ ମସଜିଦ ଭିତରେ ଦେଶ ବିରୋଧୀ ସ୍ଲୋଗାନ ଦେବା ଘଟଣାରେ ୧୩ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗରେ ମାମଲା କରାଯାଇଛି ବୋଲି ଶନିବାର ପୁଲିସ କହିଛି।

ଶ୍ରୀନଗରର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରାକେଶ ବାଲୱାଲ ଗଣମାଧ୍ୟମକୁ କହିଛନ୍ତି ଯେ ଅଭିଯୁକ୍ତମାନେ ଶୁକ୍ରବାର ପ୍ରାର୍ଥନାକୁ ବ୍ୟାହତ କରିବା ଏବଂ ଲୋକଙ୍କୁ ଉତ୍ତେଜିତ କରି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନର କର୍ମକର୍ତ୍ତାଙ୍କ ଠାରୁ ନିର୍ଦ୍ଦେଶ ପାଇଥିଲେ। ଶୁକ୍ରବାର ଦିନ ସହରର ନୋହ୍‌ୱାଟା ଅଞ୍ଚଳର ଜାମିଆ ମସଜିଦରେ ପ୍ରାର୍ଥନା ସମୟରେ ଏହି ସ୍ଲୋଗାନ ଦିଆଯାଇଥିଲା ଯେଉଁଥିରେ ପ୍ରାୟ ଚବିଶ ହଜାର ଲୋକ ଉପସ୍ଥିତ ଥିଲେ। ଦେଶଦ୍ରୋହ ଅଭିଯୋଗ ବ୍ୟତୀତ ଗିରଫ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଜନ ସୁରକ୍ଷା ଆଇନ ଅନୁଯାୟୀ ମଧ୍ୟ ମାମଲା ରୁଜୁ କରାଯିବ ବୋଲି ସେ କହିଛନ୍ତି।

ପ୍ରାୟ ଏକ ଡଜନ ବ୍ୟକ୍ତି କିଛି ସମୟ ପାଇଁ ଦେଶ ବିରୋଧୀ ଏବଂ ଉତ୍ତେଜକ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ସ୍ଲୋଗାନ ଦେଉଥିବା ବ୍ୟକ୍ତି ଏବଂ ମସଜିଦର ପରିଚାଳନା କମିଟିର ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ବିବାଦ ହୋଇଥିଲା। ପରେ ଏହାକୁ କେନ୍ଦ୍ରକରି ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା ବୋଲି ଏସଏସପି କହିଛନ୍ତି।

ବାହାରକୁ ଆସିବା ପରେ ମଧ୍ୟ ସେମାନଙ୍କ ମଧ୍ୟରୁ ଏକ ଡଜନରୁ ଅଧିକ ଉତ୍ତେଜକ ସ୍ଲୋଗାନ ଜାରି ରଖି ଅନ୍ୟମାନଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ତା’ପରେ ସେମାନେ ପୁଲିସର ଉପସ୍ଥିତି ଦେଖି ଛତ୍ରଭଙ୍ଗ ଦେଇଥିଲେ ବୋଲି ସେ କହିଛନ୍ତି। ବାଲୱାଲ କହିଛନ୍ତି ଯେ ନୋହ୍‌ୱାଟା ପୁଲିସ ଷ୍ଟେସନରେ ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୪(କ) (ଦେଶଦ୍ରୋହ) ଏବଂ ୪୪୭ (ଅପରାଧିକ ଅନଧିକାର ପ୍ରବେଶ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe