ଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ଖାଇ ୧୩ ପିଲା ଡାକ୍ତରଖାନାରେ

Advertisment
ଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ଖାଇ ୧୩ ପିଲା ଡାକ୍ତରଖାନାରେ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଉତ୍ତମ ନଗରସ୍ଥିତ ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ୧୩ ଜଣ ପିଲା ଏବଂ ଜଣେ ସହକାରୀ ଡାକ୍ତରଖାନାରେ ପଡ଼ିଛନ୍ତି ବୋଲି କୁହାଯାଉଛି।

ବାନ୍ତି କରି ଚେତା ହରାଇବା ପରେ ସେ ପିଲାମାନଙ୍କୁ ତୁରନ୍ତ ଦୀନ ଦୟାଲ ଉପାଧ୍ୟାୟ ଡାକ୍ତରଖାନାକୁ ନିଆଯାଇଥିଲା।

ପିଲା ଓ ଅନ୍ତଃସ୍ତତ୍ତ୍ୱା ମହିଳାମାନଙ୍କୁ ଭାତ ସହ ସିଝା ବୁଟ ଦିଆଯାଇଥିଲା। ଉତ୍ତମ ନଗର ଅନ୍ତର୍ଗତ ଦୀପକ ବିହାରଠାରେ ଥିବା ଆକୃତି ସ୍ୱୟଂ ସହାୟକ ଦଳ ଏହି ଭୋଜନ ଯୋଗାଇ ଦେଇଥିଲା।

ପୁଲିସ କହିବା ଅନୁସାରେ, ସେ ଭୋଜନ ଖାଇଥିବା ଅନ୍ତଃସତ୍ତ୍ୱା ନାରୀମାନେ କୌଣସି ଅସୁସ୍ଥତା ଅଭିଯୋଗ କରି ନାହାନ୍ତି। ଗତ ୧୧ ବର୍ଷ ହେବ ଉତ୍ତମ ନଗର ଅନ୍ତର୍ଗତ ହସ୍ତଲ୍‌ ବିହାରବାସିନୀ ୪୭ ବର୍ଷୀୟ ଅନୀତା ଏହି ଅଙ୍ଗନବାଡ଼ି କେନ୍ଦ୍ର ଚଳାଇ ଆସୁଛନ୍ତି।

ଏହି କେନ୍ଦ୍ରରେ ୪୬ ଜଣ ପିଲା ଓ ୧୩ ଜଣ ଅନ୍ତଃସତ୍ତ୍ୱା ନାରୀ ଅଛନ୍ତି। ଘଟଣା ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଛି। ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ। ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe